34.1 C
Bhubaneswar
Friday, March 29, 2024
Homeଓଡିଶାସାମ୍ନାକୁ ଆସିଲା ତତ୍କାଳୀନ ପାଣିକୋଇଲି ଥାନାଧିକାରୀଙ୍କ ଆଉ ଏକ କାରନାମା

ସାମ୍ନାକୁ ଆସିଲା ତତ୍କାଳୀନ ପାଣିକୋଇଲି ଥାନାଧିକାରୀଙ୍କ ଆଉ ଏକ କାରନାମା

ଯାଜପୁର : ଯାଜପୁର ଜିଲ୍ଲାର ପାଣିକୋଇଲି ଥାନାରେ ପୂର୍ଵତନ ଥାନ ଅଧିକାରୀ ହୋଲି ଉତ୍ସବ ପାଳନ ଅବସରରେ ଥାନ ପରିସରରେ ନାଗୀନ ଡାନ୍ସ ର ଭିଡିଓ ଭାଇରଲ ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଥିଲା l ନୃତ୍ୟର ଆସର ଘଟଣା ହେଉ ଅବା ସଠିପୁର ନିକଟରେ ଘଟିଥିବା ଦୁର୍ଘଟଣା ସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ ହଟାଇବା ପାଇଁ ଯାଇ ଲୋକଙ୍କ ଆକ୍ରୋଶର ଶୀକାର ହୋଇ ଅପଦସ୍ତ ହେବା ଘଟଣାରେ ଚର୍ଚ୍ଚାକୁ ଆସି ପାଣିକୋଇଲି ଥାନାରୁ ଅପସାରିତ ହୋଇଥିବା ତତ୍କାଳୀନ ଥାନାଧିକାରୀ ଚକ୍ରବର୍ତ୍ତୀ କହଁର ଏବେ ପୁଣି ଥରେ ତାଙ୍କ ଦାୟିତ୍ୱ ହୀନତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଏକ ଦୁଇ ଚକିଆ ମୋଟର ସାଇକେଲ ଉପରେ ଚାଳକ ଓ ଯାତ୍ରୀ ସିଟ୍ ବେଲ୍ଟ ବାନ୍ଧି ନ ଥିବା ଦର୍ଶାଇ ଚାଲାଣ କରି ସେହି ବାଇକ୍ ମାଲିକଙ୍କଠାରୁ ଏକ ହଜାର ଟଙ୍କାର ଜରିମାନା ଅସୁଲ କରିବାକୁ ଚଣ୍ଡିଖୋଲ ଆରଟିଓଙ୍କୁ ସୁପାରିଶ କରିଥିବା ନେଇ ଏଥର ସେ ବିବାଦ ଘେରକୁ ଆସିଛନ୍ତି ! ବଡ଼ଚଣା ଥାନା ଅନ୍ତର୍ଗତ ସୁଙ୍ଗୁଡ଼ା ଗ୍ରାମର ଅକ୍ଷୟ ସେନାପତିଙ୍କ ପୁଅ କ୍ଷିତିସ ସେନାପତିଙ୍କର ଓଡ଼ି ୦୪ ଏନ୍ ୩୮୩୬ ନମ୍ବର ଏକ ହଣ୍ଡା କମ୍ପାନୀର ସ୍କୁଟର ରହିଛି ।

ଗତ ମାର୍ଚ୍ଚ ୧୬ତାରିଖ ଅପରାହ୍ନ ୩ଟା ୨୭ ମିନିଟ୍ ୫୨ ସେକେଣ୍ଡ ସମୟରେ ପାଣିକୋଇଲିରେ ମୋଟର ଯାନ ଆଇନର ଧାରା ୧୯୪ବି ଉଲଙ୍ଘନ କରି ସେହି ସ୍କୁଟର ଚାଳକ ଓ ସହ ଯାତ୍ରୀ ସିଟ୍ ବେଲ୍ଟ ନ ବାନ୍ଧି ଚଳାଉଥିବା ଉଲ୍ଲେଖ କରି ନିଜେ ଶ୍ରୀ କହଁର ଏକ ଅନ୍ ଲାଇନ୍ ଚାଲାଣ କାଟି ସେହି ବାଇକ୍ ମାଲିକଙ୍କ ନିକଟରୁ ଏକ ହଜାର ଟଙ୍କାର ଜରିମାନା ଅସୁଲ କରିବାକୁ ଚଣ୍ଡିଖୋଲ ଆରଟିଓଙ୍କୁ ସୁପାରିଶ କରି ଦେଇଥିଲେ । ପରବର୍ତ୍ତୀ ସମୟରେ ସେହି ବାଇକର ସମସ୍ତ ୠଣ କିସ୍ତି ପରିଶୋଧ କରି ସାରିବା ପରେ କ୍ଷିତିସ ସଂପୃକ୍ତ ଫାଇନାନ୍ସ କମ୍ପାନୀରୁ ଏନଓସି ଆଣି ଚଣ୍ଡିଖୋଲ ଆରଟିଓରେ ତାହାକୁ ଦାଖଲ କରି ହାଇପୋଥିକେସନ୍ ଖାରଜ କରିବାକୁ ଉଦ୍ୟମ କରିବା ସମୟରେ ଥାନାଧିକାରୀ ଶ୍ରୀ କହଁରଙ୍କ ଏପରି କାରନାମା ସାମ୍ନାକୁ ଆସିଥିଲା ।

ଏହାପରେ ସେ ଏଭଳି ମିଥ୍ୟା ଅଭିଯୋଗ ଉପରେ ଆରଟିଓରେ ନିର୍ଦ୍ଧାରିତ ଜରିମାନା ଦେବାକୁ ଅନିଚ୍ଛା ପ୍ରକାଶ କରି ଦୁଇ ଦୁଇ ଥର ପାଣିକୋଇଲି ଥାନାକୁ ଯାଇ ଶ୍ରୀ କହଁରଙ୍କୁ ଭେଟି ଏଭଳି ତ୍ରୁଟିକୁ ସଂଶୋଧନ କରିବାକୁ ଅନୁରୋଧ କରିଥିଲେ ଏବଂ ସେ ଏଭଳି ଅନିଚ୍ଛାକୃତ ତ୍ରୁଟିକୁ ସଂଶୋଧନ କରି ଆରଟିଓଙ୍କୁ ଜଣାଇ ଦେବେ ବୋଲି ତାଙ୍କୁ ଆଶ୍ବସ୍ତ କରି ଫେରାଇ ଦେଇଥିଲେ ମଧ୍ୟ ତାହା ନ କରି ସେଠାରୁ ସେ ଅନ୍ୟତ୍ର ବଦଳି ହୋଇ ଚାଲି ଯାଇଛନ୍ତି । ଅନ୍ୟପକ୍ଷରେ ସେହି ବାଇକ୍ ମାଲିକ ସମ୍ପୃକ୍ତ ଥାନାଧିକାରୀଙ୍କ ତ୍ରୁଟିଗତ ଚାଲାଣ ଉପରେ ଆଦୌ ଜରିମାନା ନ ଦେବା ସହିତ ପୋଲିସ୍ ବିଭାଗ ନିଜ ଭୁଲ୍ ନିଜେ ସଂଶୋଧନ କରିବା ପାଇଁ ଆଜି ତାଙ୍କ ଓକିଲଙ୍କ ଦ୍ଵାରା ଏସପିଙ୍କ ନିକଟରେ ଅଭଯୋଗ କରିଥିବା ଜଣା ପଡିଛି । ଏସପିଙ୍କଠାରୁ କୌଣସି ନ୍ୟାୟ ନ ମିଳିଲେ ସେ ତତ୍କାଳୀନ ଥାନାଧିକାରୀ ଚକ୍ରବର୍ତ୍ତୀ କହଁରଙ୍କ ନାମରେ କୋର୍ଟରେ ଏକ ମାମଲା ରୁଜୁ କରିବେ ବୋଲି କ୍ଷିତିସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking