28.1 C
Bhubaneswar
Saturday, April 27, 2024
Homeଓଡିଶାରାହା ଦେଖାଇଲେ ଗାୟତ୍ରୀ ସ୍ୱୟଂ ସହାୟକ ଗୋଷ୍ଠି

ରାହା ଦେଖାଇଲେ ଗାୟତ୍ରୀ ସ୍ୱୟଂ ସହାୟକ ଗୋଷ୍ଠି

ବଲାଙ୍ଗିର,- କରୋନା ସହ ଲଢିବା ପାଇଁ ମାସ୍କ୍ ଓ ସେନିଟାଇଜର୍ ପ୍ରମୁଖ ଅସ୍ତ୍ର ସାଜିଛି ଏଭଳି ସମୟରେ ଅଚାନକ ମାସ୍କ୍‌ର ଚାହିଦା ବଢିବା ସହ ସାରା ଦେଶରେ ଏହାର ନିଅଣ୍ଟିଆ ପରିସ୍ଥିତି ଦେଖିବାକୁ ମିଳିଛି । ମାସ୍କର ଏହି ନିଅଣ୍ଟିଆ ପରିସ୍ଥିତିର ମୁକାବିଲା କରିବାରେ ସରକାର ହଇରାଣ ହେଉଥିବା ବେଳେ ବଲାଙ୍ଗିର ର ଗାୟତ୍ରୀ ସ୍ୱୟଂ ସହାୟକ ଗୋଷ୍ଠି ହାତ ତିଆରି ମାସ୍କ୍ ପ୍ରସ୍ତୁତ କରି ଏଭଳି ଘଡି ସନ୍ଧି ମୁହୁର୍ତରେ ନାରୀମାନଙ୍କ ସାମାଜିକ ପ୍ରତିବଦ୍ଧତାର ଆଉ ଏକ ଉଦାହରଣ ଦେବା ସହ ସମାଜକୁ ଏ ପରିସ୍ଥିତିର ମୁକାବିଲା ପାଇଁ ରାହା ଦେଖାଇଛନ୍ତି । ସାରା ରାଜ୍ୟ ଭଳି ବଲାଙ୍ଗିର ରେ ମଧ୍ୟ ମାସ୍କ ର ଅଭାବିଆ ପରିଶ୍ଥିତି ଦେଖିବାକୁ ମିଳିଛି । ତେବେ ଏଭଳି ସ୍ଥିତିରେ ସ୍ଥାନୀୟ ଠିକାଦାର ପଡା ର ଗାୟତ୍ରୀ ସ୍ୱୟଂ ସହାୟକ ଗୋଷ୍ଠିର ଦସ ଜଣ ମହିଳା ହାତ ତିଆରି ମାସ୍କ ପ୍ରସ୍ତୁତ କରି କରୋନାର ମୁକାବିଲାରେ ତାଙ୍କର ସହେଯାଗ ଦେଇଛନ୍ତି । ତେବେ ବଜାର ରେ ଅନ୍ୟ ମାସ୍କ ଗୁଡିକ ଚଢା ଦରରେ ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏହି ମହିଳା ଗୋଷ୍ଠି ହାତ ତିଆରି ଗୋଟିଏ ମାସ୍କ କୁ ମାତ୍ର ୨୫ ଟଙ୍କାରେ ବିକ୍ରି କରୁଥିବା ସୁଚନା ରହିଛି ।

ସୁଚନା ମୁତାବକ ଏହି ସ୍ୱୟଂ ସହାୟକ ଗୋଷ୍ଠି ଅନ୍ୟ ଗୋଷ୍ଠି ମାନଙ୍କ ଭଳି ବଡି ଓ ପାମ୍ପଡ ତିଆରି କରି ବିକ୍ରି କରୁଥିଲେ । ତେବେ କରୋନା ମହାମାରୀ ର ଖବର ସାଧାରଣ ହେଲା ପରେ ବଜାରରେ ହଠାତ ମାସ୍କର ଅଭାବ ଦେଖାଯିବା ସହ ମନ ଇଛା ଦରରେ ବିକ୍ରି ହେବାକୁ ଲାଗିଲା । ଏହି ପରିସ୍ଥିତିର ମୁକାବିଲା କରିବା ସହ ଜନ ସାଧାରଣଙ୍କୁ ସୁଲ୍ଲଭ ମୁଲ୍ୟରେ ମାସ୍କ ଯୋଗାଇ ଦେବା ପାଇଁ ଏହି ଗୋଷ୍ଟି ନିଜ ହାତରେ ମାସ୍କ୍ ତିଆରି କରିବା ପାଇଁ ଅଣ୍ଟା ଭିଡିଥିଲେ । କିଛି ହାତ ତିଆରି ମାସ୍କ ପ୍ରସ୍ତୁତ କରିବା ପରେ ଜିଲ୍ଲାପାଳ ଓ ସିଡିଏମଓ ଙ୍କୁ ଦେଖାଇଥିଲେ । ପରେ ତାଙ୍କର ଅନୁମତି କ୍ରମେ ଜନ ସାଧାରଣଙ୍କ ପାଇଁ ମାସ୍କ୍ ତିଆରି ଆରମ୍ଭ କରିଥିଲେ । ତେବେ ଏହି ଗୋଷ୍ଠି ଦିନକୁ ଆଠ ଘଣ୍ଟା ପରିଶ୍ରମ କରି ଏପର୍ଯ୍ୟନ୍ତ ୧୦୦୦ ରୁ ଅଧିକ ମାସ୍କ୍ ତିଆରି କରି ସହରର ବିଭିନ୍ନ ଔଷଧ ଦୋକାନରେ ବିକ୍ରି ପାଇଁ ଦେଇ ସାରିଛନ୍ତି । ମାତ୍ର ୨୫ ଟଙ୍କାରେ ଲୋକେ ମାସ୍କ ପାଉଥିବା ବେଳେ ବଜାର ରେ ଏହାର ଚାହିଦା ମଧ୍ୟ ବେଶ ବଢିଛି । ଏପରିକି ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ କିଛି ମାସ୍କ କିଣାଯିବାର ପ୍ରସ୍ତାବ ଥିବା ସୁଚନା ରହିଛି । ଏହି ସ୍ୱୟଂ ସହାୟକ ଗୋଷ୍ଠିର ସଭାନେତ୍ରି କୁସୁମ ଶତପଥି ଓ ସଂପାଦିକା ବୀଣାପାଣି ଆଚାର୍ଯ୍ୟ ଥିବା ବେଳେ ମନୋରମା ମିଶ୍ର, ଦେବକି ବଗର୍ତ୍ତି , ପ୍ରତିମା ମିଶ୍ର,ତେଜସ୍ୱିନି ମିଶ୍ର, ଶାନ୍ତି ପରୁଆ, ଜାଜ୍ଞସିନି ଅଦାବରିଅ,ମାମୁନି ଜୁଏଡ, କାଦମ୍ବିନି ଜୁଏଡ, ବବିତା ପଣ୍ଡା ଗୋଷ୍ଟି ସଦସ୍ୟ ଥିବା ବେଳେ ପ୍ରିତି ପଞ୍ଚଓା୍ୱଲ, ଚନ୍ଦନା ପଞ୍ଚଓା୍ୱଲ ତାଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking