27.1 C
Bhubaneswar
Thursday, April 25, 2024
Homeଓଡିଶାଆୟୁସ୍ମାନ ବିବାଦ : ଧର୍ମେନ୍ଦ୍ରଙ୍କୁ ନବ କହିଲେ ଆଗେ ବିପିଏଲ-ଏପିଏଲ ଵ୍ୟଵସ୍ଥା ଉଠାଅ

ଆୟୁସ୍ମାନ ବିବାଦ : ଧର୍ମେନ୍ଦ୍ରଙ୍କୁ ନବ କହିଲେ ଆଗେ ବିପିଏଲ-ଏପିଏଲ ଵ୍ୟଵସ୍ଥା ଉଠାଅ

ଭୁବନେଶ୍ୱର : କରୋନା ଭାଇରସ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟ ଭିତରେ ଓ ବାହାରେ ଥିବା ଓଡ଼ିଆ ଲୋକଙ୍କ ଛକିତ୍ସା ସୁବିଧା ପାଇଁ ଆୟୁସ୍ମାନ ଭାରତ ଲାଗୁ କରିବାକୁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକକୁ ଟ୍ୱିଟ ମାଧ୍ୟମରେ ଅନୁରୋଧ କରିଥିଲେ | ହେଲେ ରାଜ୍ୟ ସରକାର ଲାଗୁ କରିବା ମୂଡ଼ରେ ନାହାନ୍ତି | ପୂର୍ବପରି ଏଥର ମଧ୍ୟ ବାହାନା ଦେଖାଇଛନ୍ତି | ବିପିଏଲ ଓ ଏପିଏଲ କଥା ଉଠାଇ ପୁଣି କେନ୍ଦ୍ର କୋର୍ଟକୁ ବଲ ଠେଲିଦେଇଛନ୍ତି | ବିପିଏଲ ଓ ଏପିଏଲ ଭେଦ ଭାବ ଉଠାଇ ସମସ୍ତଙ୍କ ପାଇଁ ଲାଗୁ କଲେ ଯାଇ ଆମେ ଲାଗୁ କରିବୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି |
ଧର୍ମେନ୍ଦ୍ରଙ୍କ ପ୍ରସ୍ତାବର ଉତ୍ତର ରଖି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏକ ଭିଡ଼ିଓ ମାଧ୍ୟମରେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କର ଗୋଟିଏ ସ୍ବପ୍ନ ଓଡ଼ିଶାବାସୀଙ୍କୁ ମାଗଣା ସ୍ୱାସ୍ଥ୍ୟ ସହେବା ଯୋଗାଇଦେବା ପ୍ରତିଶୃତି ବଦ୍ଧ | ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ |ଓଡିଶାର ସମସ୍ତ ରୋଗୀ ଡାକ୍ତରଖାନାରେ ପରୀକ୍ଷା, ନିରୀକ୍ଷା ଚିକିତ୍ସା,ମାଗଣା ଔଷଧ ଏସବୁ ଓଡିଶା ସରକାର ମାଗଣାରେ ଯୋଗାଇ ଦେଉଛନ୍ତି |ଆମେ ଏଥିରେ ବିପିଏଲ,ଏପିଏପିଲ କୌଣସି ବାଛ ବିଚାର କରୁନାହୁଁ | ଏହାକୁ ସାର୍ବଜନୀନ ଭାବେ ସମସ୍ତଙ୍କୁ ଯୋଗାଇ ଦେଉଛୁ | କରୋନା-୧୯ ରେ ମଧ୍ୟ ସମସ୍ତ ପରୀକ୍ଷା,ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ଓଡିଶା ଜନସାଧାରଣଙ୍କୁ ଯୋଗାଇ ଦେଉଛୁ | ଏଣୁ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରସ୍ତାବ ଯଦି କେନ୍ଦ୍ର ସରକାର ଏ ଏପିଏଲ, ବିପିଏଲ ମାନଦଣ୍ଡକୁ ଉଛେଦ କରିଦେବେ ତତ୍କାଳ ଓଡିଶା ସରକାର ଆୟୁସ୍ମାନ ଭାରତ ଯୋଜନା ଲାଗୁ କରିବାକୁ ଆମେ କଥାବାର୍ତା ଆରମ୍ଭ କରିଦେବୁ | ଓଡିଶା ସରକାର ଆୟୁସ୍ମାନ ଭାରତରେ ଯୋଗଦେବ |
https://onakhabar.com/2020/03/24/center-minister-dharmendra-pradhan-27/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking