33.1 C
Bhubaneswar
Saturday, April 27, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ : କର୍ମକ୍ଷେତ୍ରରେ ନିଜ ଲୋକ ଛଳନା କରି ହଇରାଣରେ ପକାଇ ପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା । ପରିବାରରେ ଭାତୃବିବାଦ ଲାଗିପାରେ । ସ୍ୱାସ୍ଥ୍ୟର ଅବନତି ଘଟିବ । ଶ୍ୱାସ ରୋଗରେ ପୀଡ଼ିତ ହୋଇପାରନ୍ତି ।
ବୃଷ : ମନର ଭାବ ଗୋପନ ରଖି ନମ୍ର ଓ ମନ୍ଥର ଗତି ମାଧ୍ୟମରେ କାମ ହାସଲ କରିବେ । ସଭାସମିତି ଓ ପ୍ରଶାସନିକ ସ୍ତରରେ ଦୀର୍ଘ ସମୟ ଆଲୋଚନା କରିବେ । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ ।
ମିଥୁନ : ପରିବାର ପିଲାଙ୍କ ସହ ଖୁସି ଗପ କରିବାର ମୌକା ଜୁଟିବ । ନିଜେ ରହୁଥିବା ପରିବେଶରେ ପର ପାଇଁ ଖଟିବାକୁ ପଡ଼ିପାରେ । ସାମୟିକ ଦୈହିକ ଦୁର୍ବଳତା ଯୋଗୁ ମନବଳ କମିଯିବାର ସମ୍ଭାବନା ରହିଛି ।
କର୍କଟ : ଆଜି କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ହାସଲ କରିବେ । ତଥାପି ଆପଣଙ୍କ କାମରେ ଇଚ୍ଛାକୃତ ଖଳପ୍ରକୃତି ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି । ପରିବାର ସଦସ୍ୟ ଆପଣଙ୍କୁ ଅଣଦେଖା କରିପାରନ୍ତି ।
ସିଂହ : ଅତୀତ ସ୍ମୃତି ରୋମନ୍ଥନ କରି ପରିବର୍ତନ ପରିସ୍ଥିତିରେ ଗତକାଲିର ଯୋଜନା ଠିକ ଭାବରେ ବଦଳାଇବା ପାଇଁ ଚେଷ୍ଟା କରିବେ । ମାନସିକ ସ୍ତରରେ ଅଶାନ୍ତି ଦେଖାଦେବ । ମହିଳାମାନେ ଧର୍ମପରାୟଣ ହେବେ ।
କନ୍ୟା: ଅର୍ଥହାନୀ ହୋଇପାରେ । ଯାନବାହନରେ ଦୁର୍ଘଟଣା ଘଟିପାରେ । ଚାକିରି କ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା । ପରିବାରରେ ସ୍ୱାସ୍ଥ୍ୟ ଭଲ ରହିବ ।
ତୁଳା: ଆଜି କେତେକ ଗୁରୁତ୍ୱପୂର୍ଣ୍ଣ କାମ କରିପାରନ୍ତି । ଯାନବାହନ କ୍ରୟ କରିପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନିତ ହେବାର ଅନୁମେୟ । ବ୍ୟବସାୟରେ ଉନ୍ନତି ଘଟିବ । ପରିବାରରେ ଶାନ୍ତି ସହ ସ୍ୱାସ୍ଥ୍ୟ ଭଲ ରହିବ । ମହିଳାମାନେ ସଫଳତା ହେବେ ।
ବିଛା: କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଚାକିରିରେ ପ୍ରତିଷ୍ଠିତ ହେବେ । ବ୍ୟବସାୟରେ ଆଶାଜନକ ଲାଭ ପାଇବେ । ପରିବାରରେ ଶାନ୍ତି ମିଳିବ । ସ୍ୱାସ୍ଥ୍ୟ ଭଲ ରହି ନପାରେ । ମହିଳା ଓ ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ ।
ଧନୁ: ଶାରୀରିକ ସୁସ୍ଥତା ଦେଖାଯିବ । କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ । ବ୍ୟବସାୟ ଭଲରେ ଚାଲିବ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ହସଖୁସିର ବାତାବରଣ ଦେଖାଦେବ । ଦ୍ରବ୍ୟ ଲାଭର ଯୋଗ ରହିଛି ।
ମକର: କର୍ମନିଯୁକ୍ତି ପାଇପାରନ୍ତି । ବ୍ୟବସାୟରେ ଲାଭର ସମ୍ଭାବନା । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ହସ ଖୁସିର ବାତାବରଣ ଦେଖାଦେବ । ମହିଳାମାନେ ଦ୍ରବ୍ୟ ଲାଭର ଯୋଗ ଅଛି ।
କୁମ୍ଭ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସ୍ୱାସ୍ଥ୍ୟରେ ଅବନତି ଘଟିବ । କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ପରିବାରରେ ଶାନ୍ତି ମିଳିବ । ବ୍ୟବସାୟରେ ଲକ୍ଷ୍ୟ ପୂଣଣ ହୋଇପାରେ । ମହିଳାମାନେ ଧର୍ମ ପରାୟଣ ହେବେ ।
ମୀନ: ଆଜି ବହୁତ ଲାଭ ହୋଇପାରେ । ଆକସ୍ମିକ ଧନ ଆସିପାରେ । କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇପାରନ୍ତି । ପାରିବାରିକ ଜୀବନରେ ସୁଖୀ ହୋଇପାରନ୍ତି । ମହିଳାମାନେ କର୍ମ ଚଞ୍ଚଳତା ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking