28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶସ୍ୱାମୀ ରାମଦେବଙ୍କ ଦାବି; ବିଦେଶୀ କମ୍ପାନୀଙ୍କୁ ପଛରେ ପକାଇଲା ପତଞ୍ଜଳୀ

ସ୍ୱାମୀ ରାମଦେବଙ୍କ ଦାବି; ବିଦେଶୀ କମ୍ପାନୀଙ୍କୁ ପଛରେ ପକାଇଲା ପତଞ୍ଜଳୀ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର  କହିଛନ୍ତି ଯେ, ପତଂଜଳୀ ଯୋଗପୀଠ  ଭାରତକୁ ଆତ୍ମନିର୍ଭର ଭାରତ ର ପ୍ରେରଣା କାଏମ ରଖିଛି ଓ ଦେଶର ଆର୍ଥିକ ସମୃଦ୍ଧିରେ ବଡ ଯୋଗଦାନ ଦେଇଛି ।
ସ୍ୱାମୀ ରାମଦେବ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ  କହିଛନ୍ତି ଯେ, ‘ପତଂଜଳୀ ଯୋଗପୀଠ ହିନ୍ଦୁସ୍ଥାନ ୟୁନିଲିଭର କୁ ଛାଡି ସମସ୍ତ କମ୍ପାନୀଙ୍କୁ ପଛରେ ପକାଇଛି’ । ଏହାସହିତ ସେ ଦାବି କରିଛନ୍ତି, ‘୨୦୨୫ ଯାଏଁ ହିନ୍ଦୁସ୍ଥାନ ୟୁନିଲିଭରକୁ ବି ଆମେ ପଛରେ ପକାଇବୁ’ ।
ସ୍ୱାମୀ ରାମଦେବ କହିଛନ୍ତି, ‘ପତଂଜଳୀ ବ୍ରାଣ୍ଡ ନୁହେଁ ବରଂ ଆନ୍ଦୋଳନ ।  ଆମେ ୫ ବର୍ଷରେ ୫ ଲକ୍ଷ ଲୋକଙ୍କୁ ରୋଜଗାର ଦେଇଛୁ  ଓ ଆସନ୍ତା ୫ ବର୍ଷରେ ଆଉ ୫ ଲ କ୍ଷ ଲୋକଙ୍କୁ ରୋଜଗାର ଦେବୁ’ ।
ଯୋଗ ୨ ଜଣ ଆରମ୍ଭ କରିଥିଲେ ଓ ଆଜି  ଏହାକୁ ୨୦୦ ଦେଶ ପର୍ଯ୍ୟନ୍ତ ପହଂଚା ଯାଇଛି । ଯୋଗ ଅସାଧ୍ୟ ରୋଗ ଠିକ କରିଛି । ବର୍ତମାନ ସମୟରେ ଯୋଗ ହେଉଛି ସବୁଠୁ ବଡ ଧର୍ମ ।
ସେ ଆହୁରି ମଧ୍ୟ କରିଛନ୍ତି, ‘ମୋତେ ଗର୍ବ ଲାଗୁଛି ଯେ,  ୧୦୦ରୁ ଅଧିକ ରିସର୍ଚ୍ଚ ଓ ଏଭିଡେନ୍ସ ଆଧାରିତ  ଔଷଧ ବନାଇଛି । ଏହାସହିତ ପରମ୍ପରାଗତ, ସାଂସ୍କୃତିକ ଔଷଧ ବି ବଜାୟ ରହିଛି । ଏହି କାମରେ ଆମର ପ୍ରାୟ ୫ ଶହ ବୈଜ୍ଞାନିକଙ୍କ ଟିମ ରହିଛି’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking