27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପକ୍ଷାଘାତର କାରଣ ହୋଇପାରେ ଜନସନ ଆଣ୍ଡ ଜନସନ କୋଭିଡ ଟିକା

ପକ୍ଷାଘାତର କାରଣ ହୋଇପାରେ ଜନସନ ଆଣ୍ଡ ଜନସନ କୋଭିଡ ଟିକା

ନୂଆଦିଲ୍ଲୀ : ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ସୋମବାର ଚେତାବନୀ ଦେଇଛି ଯେ ଜନସନ ଆଣ୍ଡ ଜନସନ କରୋନାଭାଇରସ ଟିକା କେତେକ କ୍ଷେତ୍ରରେ ବିରଳ ସ୍ନାୟୁଗତ ସମସ୍ୟା ସୃଷ୍ଟି କରିପାରେ। ଏହାକୁ ଗୁଇଲେନ-ବାରେ ସିଣ୍ଡ୍ରୋମ କୁହାଯାଉଛି। ରିପୋର୍ଟ ଅନୁଯାୟୀ ଜନ୍‌ସନ ଆଣ୍ଡ ଜନସନ୍‌ ଟିକା ଦେବାର ୪୨ ଦିନ ମଧ୍ୟରେ ଗୁଇଲେନ୍-ବାରେ ସିଣ୍ଡ୍ରୋମ ହେବାର ଲକ୍ଷଣ ବିକଶିତ ହେଉଥିବା କୁହାଯାଉଛି। ଜେ ଆଣ୍ଡ ଜେ ଟିକା ଅସୁବିଧାର ସମ୍ମୁଖୀନ ହୋଇଥିବାବେଳେ ଏଫଡିଏ ଅନୁଯାୟୀ  ମର୍ଡନା ଏବଂ ଫାଇଜର କୋଭିଡ-୧୯ ଟିକାର କୌଣସି ସମସ୍ୟା ଦେଖାଉ ନାହିଁ।

ଏଫଡିଏ ପକ୍ଷରୁ କୁହାଯାଇଛି ଏ ପର୍ଯ୍ୟନ୍ତ ୧୨.୮ ନିୟୁତ ଜାନସେନ ଟିକା ଦିଆଯାଇସାରିଥିବାବେଳେ ପ୍ରାୟ ୧୦୦ଟି ପ୍ରାଥମିକ ରିପୋର୍ଟରୁ ଏଭଳି ସ୍ନାୟବିକ ସମସ୍ୟା ଦେଖାଦେଇଥିବା ଖବର ହସ୍ତଗତ ହୋଇଛି ।  ଜନସନ ଟିକା ନେଇଥିବା ବ୍ୟକ୍ତି ହାତ ଓ ଗୋଡରେ ଯନ୍ତ୍ରଣା ହେଲେ ଅଥବା ଦୁର୍ବଳ ଲାଗିଲେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ । ଏହି ଟିକା ନେଇଥିବା ଲୋକଙ୍କ ଠାରେ ଚାଲିବା, କଥା କହିବା, ଚୋବାଇବା ଅଥବା ଗିଳିବା କିମ୍ବା ହାତ ଗୋଡ ଉପରକୁ ଉଠାଇବାରେ ଯନ୍ତ୍ରଣା, ପରିସ୍ରା, ମଳତ୍ୟାଗ ଆଦି କ୍ଷେତ୍ରରେ ନିୟନ୍ତ୍ରଣ ନରହିବା ଭଳି ଲକ୍ଷଣ ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking