29.1 C
Bhubaneswar
Saturday, May 11, 2024
Homeଦେଶ ବିଦେଶକ୍ୟାବିନେଟ କମିଟିରେ ପରିବର୍ତ୍ତନ

କ୍ୟାବିନେଟ କମିଟିରେ ପରିବର୍ତ୍ତନ

ନୂଆଦିଲ୍ଲୀ: ସରକାର ମନ୍ତ୍ରୀମଣ୍ଡଳର ଶକ୍ତିଶାଳୀ ସମିତିର ପୁନର୍ଗଠନ କରିଛନ୍ତି । ଯାହା ଅନୁସାରେ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଭୂପେନ୍ଦ୍ର ଯାଦବ ଓ ସର୍ବାନନ୍ଦ ସୋନାବାଲଙ୍କୁ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ବିଶିଷ୍ଟ ରାଜନୈତିକ ମାମଲାରେ ମହତ୍ୱପୂର୍ଣ୍ଣ ମନ୍ତ୍ରୀମଣ୍ଡଳ ସମିତିର ସଦସ୍ୟ ବନାଯାଇଛି ।
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାବିଶିଷ୍ଟ ସଂସଦୀୟ ମାମଲାର ମନ୍ତ୍ରୀମଣ୍ଡଳ ସମିତିରେ କେନ୍ଦ୍ର ମନ୍ତ୍ରୀ ବିରେନ୍ଦ୍ର କୁମାର, କିରଣ ରିଜିରୁ ଓ ଅନୁରାଗ ସିଂ ଠାକୁରଙ୍କୁ ସାମିଲ କରାଯାଇଛି ।
କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ, ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ ଓ ଅଶ୍ୱିନୀ ବୈଷ୍ଣବ ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ବିଶିଷ୍ଟ ନିବେଶ ଏବଂ ବିକାଶ ସମ୍ବନ୍ଧୀୟ ମନ୍ତ୍ରୀମଣ୍ଡଳ ସମିତିରେ ନୂଆ ସଦସ୍ୟ ଭାବରେ ସାମିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking