32.1 C
Bhubaneswar
Friday, April 26, 2024
Homeଓଡିଶାଏ. ଆଇ. ୟୁ ଡବ୍ଲୁ. ସିର ରାଷ୍ଟ୍ରୀୟ ଅଧକ୍ଷ ଅରବିନ୍ଦ ସିଂହଙ୍କ ୪ବର୍ଷ ସଫଳତାର ପୂର୍ତ୍ତୀପାଳନ

ଏ. ଆଇ. ୟୁ ଡବ୍ଲୁ. ସିର ରାଷ୍ଟ୍ରୀୟ ଅଧକ୍ଷ ଅରବିନ୍ଦ ସିଂହଙ୍କ ୪ବର୍ଷ ସଫଳତାର ପୂର୍ତ୍ତୀପାଳନ

ଯାଜପୁର : ଅଖିଳ ଭାରତୀୟ ଅଣ ସଂଗଠିତ ଶ୍ରମିକ କଂଗ୍ରେସର ରାଷ୍ଟ୍ରୀୟ ଅଧକ୍ଷ ଅରବିନ୍ଦ ସିଂହଙ୍କର ସଫଳତାର ୪ବର୍ଷର ପୂର୍ତ୍ତୀ ଉପଲକ୍ଷେ ଏ ଆଇ ୟୁ ଡବ୍ଲୁ ସି ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ କେକ କାଟି ଅଣ ସଂଗଠିତ ଶ୍ରମିକ ମାନଙ୍କର ବିଭିନ୍ନ ଦାବିକୁ ନେଇ ଶ୍ରୀ ସିଂହଙ୍କ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ। ଅଖିଳ ଭାରତ କଂଗ୍ରେସ କମିଟିର ସାଂସଦ ତଥା ପୂର୍ବତ୍ତନ ସଭାପତି ରାହୁଲ ଗାନ୍ଧୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ସଂଗଠନ ଦେଶର କୋଟି କୋଟି ଅଣ ସଂଗଠିତ ଶ୍ରମିକ ମାନଙ୍କ ସ୍ୱରକୁ ସାମାଜିକ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ସମସ୍ତ ଅଧିକାର ପ୍ରଦାନ ନିମନ୍ତେ ଆନ୍ଦୋଳନର ନେତୃତ୍ୱ ଶ୍ରୀ ସିଂହ ୪ବର୍ଷ ଧରି ସଫଳତାର ସହ ସୁଚାରୁରୂପେ ପ୍ରତିପାଦନ କରିଥିବାରୁ ବକ୍ତାମାନେ ତାଙ୍କର ଗୁଣଗାନ କରିଥିଲେ।  ଏହି ସଭାରେ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ରାଜ୍ୟ ସଂଯୋଜକ ବିଜୟ କୁମାର ବୋଇତାଇ, ପରମାନନ୍ଦ ସେଠୀ, ପଦ୍ମନାଭ ନାୟକ, ରବୀନ୍ଦ୍ର ଥାନଦାର, ଜଗବନ୍ଧୁ ନାୟକ,ଚନ୍ଦ୍ରକାନ୍ତ ଖଣ୍ଡାଇ,ସତ୍ୟପ୍ରକାଶ କୁଅଁର,କୁଳମଣି ସ୍ୱାଇଁ, କାର୍ତ୍ତିକ ସ୍ୱାଇଁ, ବିଦ୍ୟାଧର ଯେନା ପ୍ରମୁଖ ପୂର୍ତ୍ତି ଉତ୍ସବ ରେ ଅଂଶ ଗ୍ରହଣ କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking