40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶସ୍ତ୍ରୀକୁ ଅସମ୍ମାନ କଲେ ଭୋଗିବାକୁ ପଡ଼ିବ ଜେଲଦଣ୍ଡ : ସୁପ୍ରିମକୋର୍ଟ

ସ୍ତ୍ରୀକୁ ଅସମ୍ମାନ କଲେ ଭୋଗିବାକୁ ପଡ଼ିବ ଜେଲଦଣ୍ଡ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଅତ୍ୟନ୍ତ ନିବିଡ଼ । ସ୍ତ୍ରୀର ମାନ ରଖିବା ସ୍ୱାମୀର ଧର୍ମ । ସ୍ୱାମୀ, ସ୍ତ୍ରୀକୁ ଉଚିତ୍ ସମ୍ମାନ ଦେବା ଆବଶ୍ୟକ । ସ୍ତ୍ରୀକୁ ଅସମ୍ମାନ କଲେ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ମାମଲାର ଶୁଣାଣି କରିବା ସମୟରେ ସ୍ୱାମୀଙ୍କୁ କଡ଼ା ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ । ସ୍ୱାମୀ ହଇରାଣ କରିଥିବା ନେଇ ଅଭିଯୋଗ କରିଥିଲେ ସ୍ତ୍ରୀ । କେବଳ ଏତିକି ନୁହେଁ ସ୍ୱାମୀ ତାଙ୍କର ସମ୍ମାନ କରନ୍ତି ନାହିଁ ଏବଂ ଭଲ ବ୍ୟବହାର କରନ୍ତି ନାହିଁ ବୋଲି ମଧ୍ୟ ଅଭିଯୋଗ କରିଥିଲେ । ପ୍ରଧାନ ବିଚାରପତି ଏନ.ଭି ରମନା ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଛନ୍ତି । ମହାମାରୀ ଯୋଗୁଁ ଶୁଣାଣି ସମୟରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଅନଲାଇନରେ ହାଜର ରହିବାକୁ କୁହାଯାଇଥିଲା ।

ତେବେ ଶୁଣାଣି ପରେ ପୁନର୍ବାର ଏକାଠି ରହିବାକୁ କୋର୍ଟ ସେମାନଙ୍କୁ କହିଛନ୍ତି । ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ହେଁ ସାଥୀ ହୋଇ ରହିବାକୁ ରାଜି ହୋଇଛନ୍ତି ଆବେଦନକାରୀ । କିନ୍ତୁ ସେ ତାଙ୍କର ସମ୍ମାନ କରନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି । ତେବେ ଏନେଇ ଆବେଦନକାରୀଙ୍କ ସ୍ୱାମୀଙ୍କୁ ଚେତାବନୀ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆଚରଣ ଉପରେ ନଜର ରଖାଯିବ, କିଛି ଭୁଲ୍ କଲେ, ତୁମକୁ ରକ୍ଷା ମିଳିବ ନାହିଁ ବୋଲି କହିଛନ୍ତି ।

ଉଭେୟ ଚାରି ବର୍ଷ ପୂର୍ବରୁ ବିବାହ କରିଥିଲେ । ମାତ୍ର ଏକ ମାସ ମଧ୍ୟରେ ଅଧିକ ଯୌତୁକ ଦାବି କରି ପୁଅର ପରିବାର ସ୍ତ୍ରୀଙ୍କୁ ଘରୁ ବାହାର କରିଦେଲେ । ପୁଅର ଓକିଲ ଚାହୁଁଥିଲେ, ସେ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦିଅନ୍ତୁ । କିନ୍ତୁ ଝିଅଟି କୋର୍ଟ ବେଞ୍ଚ ସମ୍ମୁଖରେ କହିଛନ୍ତି, ମୁଁ କାହିଁକି ଛାଡପତ୍ର ଦେବି? ମୁଁ ସମ୍ମାନ ସହିତ ତାଙ୍କ ସହିତ ରହିବାକୁ ଚାହେଁ । ସାରା ଜୀବନ ତାଙ୍କ ସହ ବିତାଇବାକୁ ଚାହେଁ । ଏତେ ସବୁ ହେଲା ପରେ ମଧ୍ୟ ମୁଁତାଙ୍କୁ ଭଲ ପାଏ । ତେବେ ଆବେଦନକାରୀ ନିଜ ଆଡ଼ୁ ସ୍ୱାମୀ ସହ ରହିବା ପାଇଁ ରାଜି ହେବା ପରେ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି । ସେହିପରି ଶ୍ୱଶୁର ଘରକୁ ଯାଇ ସ୍ତ୍ରୀକୁ ଫେରାଇ ଆଣିବାକୁ ସ୍ୱାମୀକୁ କହିଛନ୍ତି । ପୁରୁଣା କଥା ଭୁଲି ନୂତନ ବୈବାହିକ ଜୀବନ ଆରମ୍ଭ କର । ସେପଟେ ’କୋର୍ଟ ମଧ୍ୟ ସ୍ତ୍ରୀଙ୍କୁ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking