38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଜୁହି ହେଲେ ଆର‌୍ୟନଙ୍କ ପାଇଁ ଜାମିନ୍‌ଦାର୍‌

ଜୁହି ହେଲେ ଆର‌୍ୟନଙ୍କ ପାଇଁ ଜାମିନ୍‌ଦାର୍‌

ମୁମ୍ବାଇ: ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟି କରୁଥିବା ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ବମ୍ବେ ହାଇକୋର୍ଟ ୫ ପୃଷ୍ଠାର ବେଲ ଅର୍ଡର ଜାରି କରିଛନ୍ତି । ଗତକାଲି ହାଇକୋର୍ଟ ଜାମିନ ଆବେଦନ ଉପରେ ମୋହର ମାରିଥିବା ବେଳେ ଆଜି ବିଧିବଦ୍ଧ ଭାବେ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୋର୍ଟ ଜାମିନ ପାଇଁ ଆର‌୍ୟନ ଓ ମୁମ୍ବାଇ ଡ୍ରଗ୍ସ ପାର୍ଟି ଘଟଣାରେ ଗିରଫ ଅରବାଜ ମର୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ପାଇଁ ୧୪ଟି ସର୍ତ୍ତ ଲାଗୁ କରିଛନ୍ତି । ପୂରା ପ୍ରକ୍ରିୟା ଶେଷ ହୋଇଗଲେ ଆର‌୍ୟନ ଆଜି ଘରକୁ ଯାଇ ପାରନ୍ତି ବୋଲି କୁହାଯାଉଛି । ଏପଟେ ମୁମ୍ବାଇ ସେସନ କୋର୍ଟରେ ବଲିଉଡ ଅଭିନେତ୍ରୀ ଜୁହି ଚାୱଲା ପହଞ୍ଚି ଆର‌୍ୟନଙ୍କ ପାଇଁ ଜାମିନଦାର ହୋଇଛନ୍ତି । ବମ୍ବେ ହାଇକୋର୍ଟ ଦ୍ୱାରା ଜାମିନ ସର୍ତ୍ତ ସ୍ଥିର କରାଯିବା ପରେ ଅଭିନେତା ଜୁହି ଚାୱଲା ଆଜି ସନ୍ଧ୍ୟାରେ ଆର‌୍ୟନ ଖାନ ପାଇଁ ୧ଲକ୍ଷ ଟଙ୍କାର ବଣ୍ଡରେ ସାଇନ କରିବା ପାଇଁ ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟରେ ପହଞ୍ଚିଥିଲେ । ଜୁହି ଚାୱଲା ଶାହରୁଖ ଖାନଙ୍କର ଜଣେ ଘନିଷ୍ଠ ବନ୍ଧୁ ଏବଂ ସେମାନେ ଏକାଠି ଅନେକ ଫିଲ୍ମ କରିଛନ୍ତି । ଏଥି ସହିତ କିଙ୍ଗ ଖାନଙ୍କ ସହ ଅନେକ ସମୟରେ ଥିବା ନଜର ବି ଆସିଛନ୍ତି । ଆର‌୍ୟନ ଖାନଙ୍କ ଓକିଲ ସତୀଶ ମାନେସିନ୍ଦେଙ୍କୁ ଜୁହି ଚାୱଲା କହିଛନ୍ତି, ଜନ୍ମରୁ ତାଙ୍କୁ ଜାଣିଥିଲେ କାରଣ ସେମାନେ ବୃତ୍ତିଗତ ଭାବରେ ଜଡିତ ଥିଲେ । ବମ୍ବେ ହାଇକୋର୍ଟ ଶୁକ୍ରବାର ଆର‌୍ୟନ ଖାନ, ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ପାଇଁ ଜାମିନ ସର୍ତ୍ତ ଜାରି କରିଛନ୍ତି । ଆର‌୍ୟନ ଆଜି ରାତି ବି ଜେଲରେ କାଟିବେ । କାରଣ ଜେଲରୁ ସେ ମୁକୁଳିବା ପାଇଁ ଆବଶ୍ୟକ କାଗଜପତ୍ର ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚି ପାରି ନାହିଁ । ଫଳରେ ସେ ଆଜି ରାତି ଜେଲରେ ରହିବେ ବୋଲି ଜେଲ ଅଧିକାରୀମାନେ ସ୍ପଷ୍ଟ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking