26.1 C
Bhubaneswar
Tuesday, May 7, 2024
Homeଅପରାଧପୁତୁରାର କାଠ ଫାଳିଆ ମାଡ଼ରେ ଚାଲିଗଲା ପିଉସାର ଜୀବନ 

ପୁତୁରାର କାଠ ଫାଳିଆ ମାଡ଼ରେ ଚାଲିଗଲା ପିଉସାର ଜୀବନ 

ଗଞ୍ଜାମ : ନିଜ ପୁତୁରାର କାଠ ଫାଳିଆ ମାଡ଼ରେ ଚାଲିଗଲା ପିଉସାର ଜୀବନ । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନ ଗାୟଗଣ୍ଡା ପଞ୍ଚାୟତର ମହୁଲ ପାଟଣା ଗ୍ରାମର କୃଷ୍ଣ ଖିଲାର(୬୫)ଙ୍କୁ ତାର ପୁତୁରା କାଠ ଫାଳିଆରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । କୃଷ୍ଣଙ୍କ ପୁଅ ଭଞ୍ଜ ଖିଲାର ଏନେଇ ତାରସିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିବା ସହ ସନ୍ଧାନୀ କୁକୁର ଚପଲ ଶୁଙ୍ଘି ଅଭିଯୁକ୍ତ ପୁତୁରା ଘର ପାଖକୁ ଯାଇଥିବା ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଚନ୍ଦ୍ର ଶେଖର ବେହେରା ପ୍ରକାଶ କରିଛନ୍ତି । ଯାଞ୍ଚ ପରେ ମୃତଦେହକୁ ଭଞ୍ଜନଗର ମେଡିକାଲ୍‌କୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରିଛି । ଖଜୁରିପଲ୍ଲୀ ରାସ୍ତାର ଏକ ବିଲ ଭିତରେ କୃଷ୍ଣଙ୍କ ମୃତୁଦେହ ପଡିଥିବା ବେଳେ ଆଜି ପୋଲିସ ତାକୁ ଉଦ୍ଧାର କରିଛି । ସେଠାରୁ ଏକ ହଳ ଚପଲ ଜବତ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ମଧ୍ୟ ଜବତ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଅଭିଯୋଗ ଅନୁଯାୟୀ, କୃଷ୍ଣ ଏବଂ ତାଙ୍କ ପୁତୁରାଙ୍କ ପରିବାର ମଧ୍ୟରେ ପୂର୍ବରୁ ଜମିଜମାକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା । ଗତକାଲି ସନ୍ଧ୍ୟା ସମୟରେ ଅଭିଯୁକ୍ତ ପୁତୁରା କୃଷ୍ଣର ଘରକୁ ଆସି କୃଷ୍ଣ ଏବଂ ତାର ପୁଅ ଭଞ୍ଜ ବିଷୟରେ ପଚାରିବା ସହ ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଏହି ସମୟରେ କୃଷ୍ଣ ଗାଈ ଚରାଇବାକୁ ଯାଇଥିବା ବେଳେ ଖଜୁରୀପଲ୍ଲୀ ରାସ୍ତାର ଏକ ବିଲ ଭିତରେ ତାକୁ ଏକ କାଠ ଫାଳିଆରେ ପିଟିପିଟି ମାରିଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । କୃଷ୍ଣ ବିଲ ଭିତରେ ଅଧା ପାଣିରେ ବୁଡ଼ି ରହିଥିବା ବେଳେ ତାଙ୍କର କାନ ଓ ମୁଣ୍ଡରେ ପ୍ରବଳ ଆଘାତ ଲାଗିଥିଲା । ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିବା ବେଳେ ପରିବାର ଲୋକ ଜାଣିବା ପରେ ପୋଲିସକୁ ଜଣାଇଥିଲେ । ଏହି ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ରହିଥିବା ବେଳେ ପୋଲିସ ବିଭିନ୍ନ ଯାଗାରେ ଚଢଉ ଜାରି ରଖିଛି । ଅତିଶ୍ରୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking