35.1 C
Bhubaneswar
Sunday, May 19, 2024
Homeଅପରାଧପିଶାସ ପାଲଟିଲା ପ୍ରେମିକ : ବିଶ୍ୱାସ ଜନ୍ମାଇ କଲା ଗଣଦୁଷ୍କର୍ମ 

ପିଶାସ ପାଲଟିଲା ପ୍ରେମିକ : ବିଶ୍ୱାସ ଜନ୍ମାଇ କଲା ଗଣଦୁଷ୍କର୍ମ 

ଫୁଲବାଣୀ : ବିବାହ ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ଗଣଦୁଷ୍କର୍ମ । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଜଣେ ଯୁବକ ଫୁଲବାଣୀ ଅଞ୍ଚଳର ଜଣେ ଯୁବତୀଙ୍କୁ ଅପହରଣ କରିବା ପରେ ସାଙ୍ଗମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିଛି । ଏହି ଘଟଣାରେ ୪ ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ବାଲିଗୁଡା ଦଣ୍ଡପଦର ସାହିର ଚକାଡୋଳା ଦିଗାଳ ନାମକ ଜଣେ ଯୁବକ ଫୁଲବାଣୀ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ପ୍ରେମ ସମ୍ପର୍କ ରଖି ସେହି ଯୁବତୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ହେଲେ ଯୁବତୀ ଜଣକ ନାବାଳିକା ହୋଇଥିବାରୁ ବିବାହ କରିବାକୁ ଅମଙ୍ଗ ହେଉଥିଲେ । ଯେଉଁଥିରେ ଉତକ୍ଷିପ୍ତ ହୋଇ ଗତ ୨୬ ତାରିଖରେ ପ୍ରେମିକ ତାର ୩ ଜଣ ସାଙ୍ଗଙ୍କ ସହ ମିଶି ଫୁଲବାଣୀରୁ ସମ୍ପୃକ୍ତ ଯୁବତୀଙ୍କୁ ଅପହରଣ କରିନେଇଥିଲା । ଚକାଡୋଳା ନିଜ ପ୍ରେମିକା ତଥା ଯୁବତୀଙ୍କୁ ଅପହରଣ କରିବା ପରେ ତାକୁ ନେଇ ଏକ ନିଛାଟିଆ ଅନ୍ଧାର ସ୍ଥାନରେ ନିଜ ସାଙ୍ଗମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିଲା । ପରେ ଯୁବତୀ ଜଣକ ସେମାନଙ୍କ କବଳରୁ ଖସି ଆସି ନିଜ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲା । ପରିବାର ଲୋକଙ୍କୁ ଉକ୍ତ ଘଟଣା ସମ୍ପର୍କରେ ଜଣାଇଥିଲା । ଘଟଣାକୁ ନେଇ ପିଡିତାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ପ୍ରେମିକ ସମେତ ତାର ୩ ସାଙ୍ଗଙ୍କୁ ଗିରଫ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking