30.1 C
Bhubaneswar
Monday, May 6, 2024
Homeଅପରାଧପତ୍ନୀହନ୍ତା ମାମଲା: ଅନ୍ୟ ୨ ସହଯୋଗୀଙ୍କୁ ଆଜୀବନ ଜେଲ

ପତ୍ନୀହନ୍ତା ମାମଲା: ଅନ୍ୟ ୨ ସହଯୋଗୀଙ୍କୁ ଆଜୀବନ ଜେଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଜଜ ରେଖା ପ୍ରସାଦ ଆଜି ଜଣେ ବିବାହିତ ମହିଳାଙ୍କୁ ହତ୍ୟା କରାଯିବା ଘଟଣାର ବିଚାର କରି ହତ୍ୟାରେ ସହଯୋଗ କରିଥିବା ଶ୍ୱଶୁର କାଲବିନ୍ଦର ସିଂ ଏବଂ ଅନ୍ୟ ସହଯୋଗୀ ମହେନ୍ଦ୍ର ଜେନାଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଶାଶୂ ହରଜିତ କୌରଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ପୂର୍ବରୁ ଗତକାଲି ସ୍ୱୀମୀ ସୁଲତାନ ସିଂଙ୍କୁ ଜିଲ୍ଲା ଜଜ ରେଖା ପ୍ରସାଦ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିସାରିଛନ୍ତି । ସୂଚନାଯୋଗ୍ୟ, ୨୦୧୬ ମସିହା ମେ ମାସ ୨୧ ତାରିଖ ଦିନ ଏହି ସଂପର୍କରେ ବାଲିମଳା ଏନଏସିର ୱାର୍ଡ ନମ୍ବର ୧୭ର କାଉନସେଲର ଜୟନ୍ତୀ ଜାନୀ ଓର୍କେଲ ଥାନାରେ ଏନେଇ ଏକ ଏତଲା ଦାୟର କରିଥିଲେ । ଏତଲାରେ ଦର୍ଶାଯାଇଥିଲା ଯେ ବାଲିମେଳାର ଡମ୍ପିଂ ପାଖ ପାୱାର ହାଉସ କେନାଲରେ ଏକ ମୃତଦେହ ଭାସୁଛି । ଏହି ଏତଲାକୁ ଭିତ୍ତିକରି ଓର୍କେଲ ଥାନାର ପୋଲିସ ଏକ ୟୁଡି କେଶ ଦାୟର କରିଥିଲା । ପୋଲିସ ଏ ସଂପର୍କରେ ତଦନ୍ତ କରି ଜାଣିବାକୁ ପାଇଲା ଯେ ବାଲିମେଳା ଦୈନିକ ବଜାରର ଅଭିଯୁକ୍ତ ସୁଲତାନ ସିଂଙ୍କ ପତ୍ନୀ ରଶ୍ମିତା ବାଘ ବୋଲି ଜଣାପଡିଲା । ପୋଲିସ ଏହାର ଅଧିକା ତଦନ୍ତ କରି ଜାଣିବାକୁ ପାଇଲା ଯେ ସ୍ୱାମୀ ସୁଲତାନ ହିଁ ତାର ପତ୍ନୀକୁ ହତ୍ୟା କରି ଏକ ଜରି ବସ୍ତାରେ ପୁରାଇ ପାୱାର ହାଉସର କେନାଲରେ ଫିଙ୍ଗି ଦେଇଥିଲା ।

ଓର୍କେଲ ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସୁଲତାନ ସିଂ, ମହେନ୍ଦ୍ର ଜେନା, ଅଭିଯୁକ୍ତଙ୍କ ବାପା କଲବିନ୍ଦର ସିଂ, ମା’ ଅରଜିତ କୌରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଜିଲ୍ଲା ଜଜ ରେଖା ପ୍ରସାଦ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ହତ୍ୟାରେ ସହଯୋଗ କରିଥିବା ଶ୍ୱଶୁର ଏବଂ ଅନ୍ୟ ସହଯୋଗୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୨୦ ହଜାର ଟଙ୍କା ଜରିମାନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ଶାଶୂଙ୍କୁ ମଧ୍ୟ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking