29.1 C
Bhubaneswar
Saturday, April 27, 2024
HomeUncategorizedକୂଅରେ ଦୀର୍ଘ ୮ଘଣ୍ଟା ପଡ଼ି ଛଟପଟ ହେଉଛି ହାତୀ

କୂଅରେ ଦୀର୍ଘ ୮ଘଣ୍ଟା ପଡ଼ି ଛଟପଟ ହେଉଛି ହାତୀ

ଅନୁଗୁଳ : ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁର ଏକ କୂଅରେ ଦୀର୍ଘ ୮ଘଣ୍ଟା ହେଲା ହାତୀ ପଡ଼ି ଛଟପଟ ହେଉଛି। ରାତି ପ୍ରାୟ ୨ଟା ବେଳେ ହାତୀଟି ଏହି କୂଅରେ ପଡ଼ିଥିବା ବେଳେ ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇନାହିଁ। ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ହାତୀଟିକୁ ଉଦ୍ଧାର କରାଯାଇପାରି ନାହିଁ ।

ସୂଚନା ଅନୁଯାୟୀ, ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନର ବାଳିଜେରେଙ୍ଗ ଗାଁରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଥିଲା। ତେବେ ବିଳମ୍ବିତ ରାତିରେ ହାତୀପଲ ଗାଁକୁ ଆସିଥିବା ବେଳେ ଏକ ହାତୀ ଗାଁର ସୁରଥ ସାହୁଙ୍କ ବାଡ଼ିରେ ଥିବା କୂଅରେ ପଡ଼ି ଯାଇଥିଲା। ଆଜି ସକାଳୁ ଗ୍ରାମବାସୀ ହାତୀକୁ ଏହି ଅବସ୍ଥାରେ ଦେଖି ବନ ବିଭାଗ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାପରେ ଅନୁଗୁଳ ରେଞ୍ଜର ସତ୍ୟବ୍ରତ ପ୍ରଧାନ ଓ ଜରପଡ଼ା ରେଞ୍ଜର ହୃଦାନନ୍ଦ ନାୟକଙ୍କ ସହ ଅନ୍ୟ କର୍ମଚାରୀମାନେ ସେଠାରେ ଏବେ ପହଞ୍ଚିଛନ୍ତି। ଅନ୍ୟ ପକ୍ଷରେ ଅନୁଗୁଳ ଦମକଳ ବାହିନୀ ଏବେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking