27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଦୁଇ ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ମମତା

ଦୁଇ ଦିନ ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଅଭଷେକ ବାନାର୍ଜୀ ଗୁରୁବାର ଟ୍ୱିଟରରେ ମମତାଙ୍କ ଏକ ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ତାଙ୍କ ଗୋଡରେ ପ୍ଲାଷ୍ଟର ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ମମତାଙ୍କ ଉପରେ ନନ୍ଦୀଗ୍ରାମରେ ଆକ୍ରମଣ ହୋଇଥିଲା । ନାମାଙ୍କନ ପତ୍ର ଦାଖଲ ପାଇଁ ଯାଇଥିବା ବେଳେ ଏମିତି ହୋଇଥିଲା । ଅଭଷେକ ବାନାର୍ଜୀ ଏହି ଫଟୋ ଶେୟାର କରି ବିଜେପିକୁ ଟାର୍ଗେଟ କରି କହିଥିଲେ ଯେ, ବିଜେପି ୨ ମେ, ରବିବାରକୁ ବଙ୍ଗାଳ ଲୋକଙ୍କ ଶକ୍ତି ଦେଖିବା ପାଇଁ ପ୍ରସ୍ତୁତ ହୋଇଯାଅ । ସେଠାରେ ବିଜେପି ଗତ କିଛି ମାସ ଧରି ତୀବ୍ର ଭାବରେ କ୍ୟାମ୍ପେନିଂ କରୁଛି । ମମତା ବୁଧବାର ସନ୍ଧ୍ୟାରେ କହିଥିଲେ, ନନ୍ଦୀଗ୍ରାମରେ କିଛି ଲୋକ ତାଙ୍କୁ ଧକ୍କା ଦେଇଥିଲେ । ତାଙ୍କ କହିବାନୁସାରେ, ସେ ନିଜ କାରରେ ବସିବା ପାଇଁ ଯାଉଥିଲେ, ସେହି ସମୟରେ ୪ରୁ ୫ ଜଣ ତାଙ୍କୁ କାର୍ ଆଡକୁ ଧକ୍କା ଦେଇଥିଲେ ଓ ତାଙ୍କ ଉପରେ ଡୋର୍ ବନ୍ଦ କରିଦେଲେ । ସେହି ସମୟରେ ତାଙ୍କ ପାଖରେ କୌଣସି ସୁରକ୍ଷା କର୍ମୀ ନଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଟ୍ୱିଟ କରି ନବୀନ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking