32.1 C
Bhubaneswar
Friday, April 26, 2024
Homeଓଡିଶାଏସସିବିରେ ଆଉ ଜଣେ ସନ୍ଦିଗ୍ଧ ବ୍ଳାକ ଫଙ୍ଗସ ରୋଗୀ

ଏସସିବିରେ ଆଉ ଜଣେ ସନ୍ଦିଗ୍ଧ ବ୍ଳାକ ଫଙ୍ଗସ ରୋଗୀ

କଟକ : ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଉ ଜଣେ ସନ୍ଦିଗ୍ଧ ବ୍ଲାକ ଫଙ୍ଗସ ରୋଗୀ ଭର୍ତ୍ତି ହୋଇଛନ୍ତି । ସନ୍ଦିଗ୍ଧ ରୋଗୀ ଜଣକ ମହିଳା ବୋଲି ଜଣାପଡିଛି । ଏସସିବିରେ ଏହି ରୋଗୀକୁ ମିଶାଇ ମୋଟ ୪ଜଣ ସନ୍ଦିଗ୍ଧ ରୋଗୀ ରହିଥିବା ଜଣା ପଡ଼ିଛି ।  ସୂଚନା ଅନୁଯାୟୀ, ସାଉଥ ପଏଣ୍ଟ କୋଭିଡ କେୟାର ସେଣ୍ଟର (ସିସିସି)ରେ ଚିକିତ୍ସିତ ହେଉଥିବା ଜଣେ ମହିଳାଙ୍କ ଶରୀରରେ ବ୍ଲାକ ଫଙ୍ଗସ ଲକ୍ଷଣ ଦେଖାଯାଇଥିଲା । ଏହା ଜଣାପଡିବା ପରେ ତାଙ୍କୁ ସିଧା ଏସସିବି ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଏସସିବିର ବ୍ଲାକ ଫଙ୍ଗସ ୱାର୍ଡରେ ରଖି ଚିକିତ୍ସା କରାଯାଉଛି ।

ତାଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ଲାଗି ପଠାଯିବ । ସେହିପରି ଚିକିତ୍ସିତ ହେଉଥିବା ୩ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୨ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି । ଏହି ସନ୍ଦିଗ୍ଧମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଆଇସିୟୁରେ ରଖାଯାଇଥିବା ବେଳେ ଆନ୍ୟ ଜଣଙ୍କୁ ସାଧାରଣ ଶଯ୍ୟାରେ ରଖାଯାଇଛି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସମସ୍ତଙ୍କ ନମୂନା ସଂଗ୍ରହ କରାଯଇ ପରୀକ୍ଷା ଲାଗି ପଠାଯାଇଛି । ରିପୋର୍ଟ ଏପର୍ପ୍ୟନ୍ତ ହସ୍ତଗତ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking