39.1 C
Bhubaneswar
Tuesday, April 23, 2024
Homeଓଡିଶାକରୋନାକୁ ମାତ୍‌ଦେଲା ୫ ମାସର ଶିଶୁ

କରୋନାକୁ ମାତ୍‌ଦେଲା ୫ ମାସର ଶିଶୁ

ବଲାଙ୍ଗିର : ବଲାଙ୍ଗିରରେ ଏକ ୫ମାସର ଶିଶୁ କନ୍ୟା ତିତିଲି କରୋନାକୁ ମାତ ଦେଇଛି । ଯାହା ଅନେକ ସଂକ୍ରମିତଙ୍କୁ ନୂଆ ସାହସ ଦେବା ସହ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କରୋନା ସାରା ଦେଶକୁ ଗ୍ରାସ କରିଛି । ଚିକିତ୍ସା ସମୟରେ ରୋଗୀଙ୍କୁ ଧୌର୍ଯ୍ୟ ଓ ସାହସର ସହ ମୁକାବିଲା କରିବାକୁ ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏଭଳି ପରିସ୍ଥିତିରେ ବଲାଙ୍ଗିରରୁ ଏକ ଖୁସିର ଖବର ଆସିଛି । ଏକ ପାଞ୍ଚ ମାସର ଶିଶୁକନ୍ୟାଠାରୁ କରୋନା ହାରିଯାଇଛି । ବଲାଙ୍ଗିର ସହର ଜଗନ୍ନାଥପଡାରେ ରହୁଥିବା ସୁରେଶ ବାରିକ ନାମକ ବ୍ୟକ୍ତି ପେସାରେ ଜଣେ ଶିକ୍ଷକ । ଗତ ମେ’ ମାସ ୧୯ ତାରିଖରେ ସୁରେଶଙ୍କର ପାଞ୍ଚ ମାସର ଝିଅ ତିତଲି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ନେବା ପରେ ସୁରେଶ ଶିଶୁକନ୍ୟାକୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ନେଇଥିଲେ ।

ସେଠାରେ ଶିଶୁଙ୍କ ପାଇଁ କରୋନା ଚିକିତ୍ସା ବ୍ୟବସ୍ଥା ନଥିବା କହି ଡାକ୍ତର ତାଙ୍କୁ ଫେରାଇଦେବା ସହ ଘରେ ରଖି ଚିକିତ୍ସା କରିବାକୁ କହିଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ଶିଶୁକନ୍ୟାକୁ ଘରେ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା । ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ୟମ ଓ ଶିଶୁର ମା-ବାପାଙ୍କ ସେବାକ୍ରମେ ତିତଲି ଆଜି କରୋନାକୁ ହରାଇ ଦେଇଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଛୋଟଝିଅର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ତାକୁ ସୁସ୍ଥ ଘୋଷଣା କରିଥିଲେ । ସମ୍ପ୍ରତି ପାଞ୍ଚମାସର ଶିଶୁକନ୍ୟା ତିତଲି କରୋନାକୁ ହରାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking