30.1 C
Bhubaneswar
Friday, April 26, 2024
Homeଓଡିଶାବିଷ ପିଇ ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ବିଷ ପିଇ ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା : ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଚାଷୀ ହେଲେ ରାଜକନିକା ଥାନା ଅନ୍ତର୍ଗତ ହାଟସାହି ଗାଁର ଅମର ଜେନା। ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ,  ଅମର ଅନ୍ୟ ଜଣଙ୍କର ୫ ଏକର ଜମିରେ ଭାଗଚାଷ କରିଥିଲେ। ଏଥିପାଇଁ ସମବାୟ ସଂସ୍ଥା ଏବଂ ଗାଁର କିଛି ବ୍ୟକ୍ତିଙ୍କ ଠାରୁ ଧାର କରଜ ବି କରିଥିଲେ। ହେଲେ ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କରିଛି। ଫଳରେ ଫସଲହାନୀ ଆଶଙ୍କା କରି ଗତକାଲି ଚାଷ ଜମିକୁ ଯାଇ ଅମର ବିଷ ପିଇ ଦେଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି। ଅମରଙ୍କୁ ଘର ଲୋକେ ଖୋଜାଖୋଜି କରିବା ପରେ ଚାଷ ଜମିରେ ତାଙ୍କୁ ଠାବ କରାଯାଇଥିଲା। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ରାଜକନିକା  ତହସିଲଦାର କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking