34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକୃଷି ଆଇନ ବିରୋଧରେ ଆନ୍ଦୋଳନ ତୀବ୍ର : ଏକାଠି ହେଲେ ହଜାର ହଜାର ସଂଖ୍ୟାରେ ଚାଷୀ

କୃଷି ଆଇନ ବିରୋଧରେ ଆନ୍ଦୋଳନ ତୀବ୍ର : ଏକାଠି ହେଲେ ହଜାର ହଜାର ସଂଖ୍ୟାରେ ଚାଷୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ହେଲା ବିଭିନ୍ନ ଚାଷୀ ସଂଗଠନ ଆନ୍ଦୋଳନ ଜାରି ରଖିଛନ୍ତି। ଆଜି ବିଭିନ୍ନ ରାଜ୍ୟର କୃଷକ, ମୁଜାଫରନଗର ସ୍ଥିତ ଇଣ୍ଟର କଲେଜ ମୈଦାନରେ ହେବାକୁଥିବା ଚାଷୀ ମହାପଞ୍ଚାୟତ ପାଇଁ ଏକାଠି ହୋଇଛନ୍ତି। ଆସନ୍ତା ବର୍ଷ ଆରମ୍ଭ​‌ରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ପୁଣି ଥରେ ଚେଇଁ ଉଠିଛନ୍ତି ଚାଷୀ। କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୁଦ୍ଧରେ ଦୀର୍ଘଦିନ ହେଲା ଆନ୍ଦୋଳନ ଜାରି ରଖିଥିବା ବିଭିନ୍ନ ଚାଷୀ ସଂଗଠନ ଏହାକୁ ଆହୁରି ତୀବ୍ର କରିବା ସହିତ କେନ୍ଦ୍ରର ବିଜେପି ସରକାର ଏବଂ ଯୋଗୀ ସରକାରଙ୍କ ବିରୁଦ୍ଧରେ ଭୋଟ ଦେବାକୁ ଲୋକମାନଙ୍କୁ କହିବେ ବୋଲି କହିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଚାଷୀ ମହାପଞ୍ଚାୟତ ଆୟୋଜନ କରାଯାଇଛି।

ଭାରତୀୟ ଚାଷୀ ୟୁନିଅନ ପ୍ରବକ୍ତା ରାକେଶ ଟିକାୟତ ମଧ୍ୟ ବିଶାଳ ଚାଷୀ ସମାବେଶରେ ଯୋଗ ଦେଇଛନ୍ତି। ରାକେଶ ଟିକାୟତ କହିଛନ୍ତି, ‘ଚାଷୀ ଆନ୍ଦୋଳନ ସେ ପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ଭାରତ ସରକାର ଚାଲୁରଖିବେ। ଯେପର୍ଯ୍ୟନ୍ତ ନୂଆ କୃଷି ବିଲ ପ୍ରତ୍ୟାହାର ନହୋଇଛି ସେ ଯାଏଁ ଆନ୍ଦୋଳନ ଜାରି ରହିବ। ସ୍ୱାଧୀନତାର ଲଢେଇ ୯୦ ବର୍ଷ ଯାଏଁ ଚାଲିଥିଲା କିନ୍ତୁ ଚାଷୀ ଆନ୍ଦୋଳନ କେବେ ଯାଏଁ ଚାଲିବ ତାହାର କୌଣସି ସଠିକ୍‌ ସୂଚନା ନାହିଁ। ଚାଷୀ ମହାପଞ୍ଚାୟତ ସମଗ୍ର ଭାରତରେ ଚାଲିବ। ବିଭିନ୍ନ ସ୍ଥାନରେ ଏଭଳି ଭାବେ ଚାଷୀମାନେ ଏକାଠି ହେବେ ଏବଂ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking