31.1 C
Bhubaneswar
Monday, May 6, 2024
Homeଓଡିଶାପୁଣି ଶ୍ରୀମନ୍ଦିର ସଂସ୍କାର ପଦାରେ ପଡିଲା : ଆନନ୍ଦବଜାର ପାଲଟିଲା ରଣକ୍ଷେତ୍ର

ପୁଣି ଶ୍ରୀମନ୍ଦିର ସଂସ୍କାର ପଦାରେ ପଡିଲା : ଆନନ୍ଦବଜାର ପାଲଟିଲା ରଣକ୍ଷେତ୍ର

ପୁରୀ:ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଆଣିବା ଲାଗି ଅନେକ କଟକଣା ଜାରି କରାଯାଇଥିଲା । ଏପରିକିଠାକୁରଙ୍କ ନୀତିକାନ୍ତି ଠାରୁ ଆରମ୍ଭ କରି ଭକ୍ତଙ୍କୁ ଉତ୍ତମ ବ୍ୟବହାର,ଦକ୍ଷିଣା ନ ମାଗିବା ଓ ସେବାୟତମାନେ ନିଜ ନିଜ ସହମତିରେଠାକୁ ରଙ୍କ ସେବାନୀତି ସମ୍ପନ୍ନ କରିବେ । ଏହାକୁ ନେଇ ମଧ୍ୟ ସେବାୟତମାନଙ୍କୁ ବାରମ୍ବାର ପ୍ରଶାସନ ଓ ସରକାରଙ୍କ ପକ୍ଷରୁଅନୁରୋଧ କରାଯାଇଛି । ତତ୍ ସହିତ ସେମାନଙ୍କୁ ମଧ୍ୟ ବାହାର ରାଜ୍ୟର ବିଭିନ୍ନ ଦେବାଳୟପୀଠକୁ ପରିଭ୍ରମଣ କରିଛନ୍ତି । ଯାହାଫଳରେ ସେବାୟତମାନଙ୍କ ମଧ୍ୟରେ କିଛି ଅଘଟଣ ନ ହେବ ଓ ସେମାନଙ୍କ ପ୍ରାପ୍ୟ ସଠିକ୍ ଭାବେ ମିଳିବ ସେ ନେଇ ଶ୍ରୀମନ୍ଦିରକାର୍ଯ୍ୟ ।ଳୟରେ ଘନ ଘନ ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ସେ ସବୁ ପରିକଳ୍ପନା ଆଜି ଫସର ଫାଟିଯାଇଛି । ଗୁରୁବାରଶ୍ରୀମନ୍ଦିର ପରିସରରେ କୋଠ ଭୋଗକୁ କେନ୍ଦ୍ର କରି ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।ଫଳରେ ପରିସ୍ଥିତି ଏଭଳି ହୋଇଥିଲା ଯେ ଦୁଇ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳରୁ ତାହା ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା ।

ଏପରିକି ଘଟଣା ଏଭଳି ଉଗ୍ର ହୋଇଥିଲା ଯେ ଘଟଣା ସିଂହଦ୍ୱାର ଥାନାରେ ପହଞ୍ଚିଥିଲା । ଏହି ଘଟଣାରେ ଉଭୟ ପକ୍ଷରୁଦୁଇ ଜଣ ସେବାୟତ ଆହତ ହୋଇଥିବା ଜଣାପଡିଛି । ତେବେ ଉକ୍ତ ଘଟଣାକୁ ଚାପି ଦେବା ଲାଗି ସେବାୟତଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଯାଇଛି ବୋଲି ଥାନା ଅଧିକାରୀ ସୁରେଶ ପୃଷ୍ଟି ସୂଚନା ଦେଇଛନ୍ତି । ତେଣୁ ଏନେଇ ଥାନାରେ କୌଣସି ମାମଲା ରୁଜୁ କରାଯାଇନାହିଁ । ଖବର ନେବାରୁ ଜଣଯାଇଛି ଯେ,ଗୁରୁବାର ଶ୍ରୀମନ୍ଦିରରେ ଠାକୁରଙ୍କ ନିକଟରେ ସକାଳ ଧୂପ ଶେଷ ହେବା ପରେ ସୁଆର ସେବାୟତ କୋଠ ଭୋଗ ସେବାୟତଙ୍କୁ ଖେଇ ଆକାରରେ କୋଠ ଭୋଗ ଦେଇଥିଲେ । ତେବେ ଖେଇ ଯେତିକି ପରିମାଣର କୋଠଭୋ ଗରେ ମିଳିବା କଥା ତା’ଠାରୁ କମ୍ ମିଳିଥିଲା । ପରେଏହାକୁନେଇଆନନ୍ଦବଜାରପରିସରରେ କୋଠ ଭୋଗକୁ ନେଇ ସୁଆର ଓ କୋଠଭୋଗସେବାୟତଙ୍କମଧ୍ୟରେଆରମ୍ଭହୋଇଥିଲା ଯୁକ୍ତିତର୍କ । ଶେଷରେ ଯୁକ୍ତିତର୍କ ଉଗ୍ରରୂପ ନେଇଥିଲା । ଦୁଇ ସେବାୟତଙ୍କ ମଧ୍ୟରେ ହାତାହାତିହୋଇଥିଲେ ।ଏଥିରେକୋଠଭୋଗସେବାୟତନୃସିଂହଆପଟଓସୁଆର ସେବାୟତହରେକୃଷ୍ନମହାନ୍ତିସାମାନ୍ୟ ଆହତ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking