32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶମଦ ନମିଳିବାରୁ ଏସିଡ୍ ପିଇ ଦେଲେ ଯୁବକ, ଚାଲିଗଲା ଜୀବନ

ମଦ ନମିଳିବାରୁ ଏସିଡ୍ ପିଇ ଦେଲେ ଯୁବକ, ଚାଲିଗଲା ଜୀବନ

ଭୋପାଳ: ମହଙ୍ଗା ପଡିଲା ମଦ ନିଶା । ମଦ ବଦଳରେ ଏସିଡ ପିଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମଧ୍ୟପ୍ରଦେଶର ବାଣଗଙ୍ଗା ପୋଲିସ ଷ୍ଟେସନ ଅଞ୍ଚଳରେ ଏପରି ଘଟଣା ଘଟିଥିବା ଜଣାପଡିଛି । ପ୍ରଥମେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଇନ୍ଦୋର ମାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ତେବେ ମୃତକଙ୍କ ନାମ ଜଣାପଡିନଥିବା ବେଳେ ସେ ମଦ୍ୟପାନରେ ଅଭ୍ୟସ୍ତ ଥିଲେ । ଗତକାଲି ମଦ୍ୟପାନ କରିବା ପାଇଁ ପାଗଳ ପ୍ରାୟ ହୋଇଥିଲେ । ଘରେ ମଦ ଖୋଜି ନପାଇବା ପରେ ସେ ବୋତଲରେ ଥିବା ଏସିଡକୁ ପିଇ ଦେଇଥିଲେ ।

ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ଏହା ଦେଖି ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ପୋଲିସକୁ ଖବର ଦେଇଥିଲେ । ତେବେ ଡାକ୍ତରଖାନାରେ ଚିକିତ୍ସା ଚଲିଥିବା ସମୟରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନାଯୋଗ୍ୟ, ତେବେ ଗତବର୍ଷ ଏହି ପରି ଏକ ଖବର ସାମ୍ନାକୁ ଆସିଥିଲା । ରାଜସ୍ଥାନ ଧୋଲପୁରରେ ଜଣେ ଯୁବକ ଏସିଡକୁ ପାଣି ଭାବି ପିଇ ଦେଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯୁବକ ଜଣକ ହେଲେ ଲବକୁଶ, ବୟସ ୪୦ ବର୍ଷ । ଲବ କୁଶଙ୍କ ସ୍ତ୍ରୀ ରେଖା ଘର ସଫା କରୁଥିବା ବେଳେ ଗ୍ଲାସରେ ଏସିଡ ରଖିଥିଲେ । ତାଙ୍କ ସ୍ୱାମୀ ଲବ କୁଶ ସେହି ସମୟରେ ଦୋକାନରୁ ଘରକୁ ଫେରିବା ସମୟରେ ଶୋଷ ଲାଗିବାରୁ ଗ୍ଲାସରେ ଥିବା ଏସିଡକୁ ପାଣି ଭାବି ପିଇ ଦେଇଥିଲେ । ଏହାପରେ ତାଙ୍କର ଅବସ୍ଥା ଖରାପ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking