30.1 C
Bhubaneswar
Monday, May 6, 2024
Homeଓଡିଶାଭବାନୀପାଟଣାରେ ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ

ଭବାନୀପାଟଣାରେ ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ

ଭବାନୀପାଟଣା : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହ ରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦିଶା କମିଟି ଉପାଧ୍ୟକ୍ଷ ରାଜ୍ୟସଭା ସଭ୍ୟ ଶ୍ରୀ ସୁଜିତ୍ କୁମାର,ଜୁନାଗଡ ବିଧାୟକ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର,ଧର୍ମଗଡ ବିଧାୟକ ଶ୍ରୀ ମୌଶଧି ବାଗ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁଧିରା ମେହେର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ ପଟେଲ,ସି ଡ଼ି ଓ ଜିଲ୍ଲା ପରିଷଦ ଶ୍ରୀ ସଚିନ ପାୱାର, ସଦର ବିଧାୟକ ପ୍ରତିନିଧି ଶ୍ରୀ ମନୋଜ ସାହୁ, ନର୍ଲା ବିଧାୟକ ପ୍ରତିନିଧି ଶ୍ରୀ ସୁଧିର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।ଏହା ସହିତ ବୈଠକରେ ସମସ୍ତ ବ୍ଲକ୍ ଅଧ୍ୟକ୍ଷ,ସରପଞ୍ଚ, ଜୁନାଗଡ,କେସିଙ୍ଗା,ଧର୍ମଗଡ ଏନ୍ ଏ ସି ଅଧ୍ୟକ୍ଷ, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା, ଏନ୍ ଜି ଓ କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ପ୍ରଥମେ ଜିଲ୍ଲାପାଳ ଦିଶା ବୈଠକରେ ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଯୋଜନା ଓ ରାଜ୍ୟ ଯୋଜନା ର ସଫଳ ରୂପାୟନ ଉପରେ ଗୁରୁତ୍ବ ଦେଇ ଜନ ପ୍ରତିନିଧିଙ୍କ ଉପସ୍ଥାପିତ ବିଭିନ୍ନ ପ୍ରଶ୍ନ ଅଭିଯୋଗ ଉପରେ ସଠିକ୍ ମତ ରଖିବାକୁ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ। ଦିଶା ଅଧ୍ୟକ୍ଷ ଶ୍ରୀ ପଣ୍ଡା କେନ୍ଦ୍ରୀୟ ଅନୁଦାନ ଓ ଖର୍ଚ୍ଚ ର ମୂଲ୍ୟାଙ୍କନ, ବିଭିନ୍ନ ସ୍କିମ୍ ର ସଫଳତା ଓ ବିଫଳତା, ଲକ୍ଷ୍ୟ ଧାର୍ଯ୍ୟ ବିଫଳତା ର କାରଣ ଓ ତର୍ଜମା ଉପରେ ଆଲୋଚନା କରିବାପାଇଁ କହିବା ସହ ଏଜେଣ୍ଡା ପାଠ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ କହିଥିଲେ। ବୈଠକରେ ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ରୀୟ ସ୍କିମ୍ ମନରେଗା,ଦିନ ଦୟାଲ ଅନ୍ତୋଦୟ ଯୋଜନା,ଦିନ ଦୟାଲ ଉପା ଧ୍ୟାୟ ଗ୍ରାମୀଣ କୌଶଳ,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଏନ୍ ଏସ୍ ଏ ପି,ପ୍ରଧାନମନ୍ତ୍ରୀ ଆବାସ ଯୋଜନା( ଗ୍ରାମୀଣ ଓ ସହର),ଜାତୀୟ ପାନୀୟ ଜଳ ଯୋଜନା,ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା,ସ୍ୱଚ୍ଛ ଭାରତ ମିଶନ, ଦିନ୍ ଦୟାଲ ଉପାଧାୟ ଗ୍ରାମ୍ୟ ଜ୍ୟୋତି ଯୋଜନା,ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଏନ୍ ଏଚ ଏମ, ଆଇ ସି ଡ଼ି ଏସ୍, ମଧ୍ୟାହ୍ନ ଭୋଜନ,ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା,କୃଷି ସ୍ବାସ୍ଥ୍ୟ କାର୍ଡ,କୌଶଳ ବିକାଶ ଯୋଜନା, ଜନ ସେବା କେନ୍ଦ୍ର,ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଟେଲିକମ ସମ୍ପର୍କିତ ଜିଲ୍ଲା ସ୍ତରରେ ବିଭିନ୍ନ ବିଭାଗ ଦ୍ଵାରା କରାଯାଉଥିବା ଏହି ଉପରୋକ୍ତ ସ୍କିମ୍ ରେ ଲାଭ ପାଉଥିବା ହିତାଧିକାରୀ, ସ୍କିମ୍ ର ଅଗ୍ରଗତି,ସଫଳତା, ଲକ୍ଷ୍ୟ ଧାର୍ଯ୍ୟ ପୂରଣ ନ ହେବା ଉପରେ ସମୀକ୍ଷା କରିଥିଲେ। ବିଧାୟକ ଜୁନାଗଡ ଶ୍ରୀ ମିଶ୍ର ଜିଲ୍ଲାରେ ଏହି ଯୋଜନା ର ସଫଳତା ହାସଲ ପାଇଁ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ,ସରପଞ୍ଚ ଓ ଜନ ପ୍ରତିନିଧି ନିଜ ଅଞ୍ଚଳର ବିକାଶ ପାଇଁ ଆଗଭର ହୋଇ ବିଭାଗୀୟ ଅଧିକାରୀଙ୍କୁ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ପାଇଁ ସମ୍ୟନ୍ନୟ ରଖିବାକୁ କହିଥିଲେ ।

ଜିଲ୍ଲାରେ ମନରେଗା ଯୋଜନାରେ ୧୩ ଟି ବ୍ଲକରେ ୭୭ଟି ଅମୃତ ସରୋବର ଖନନ ଲକ୍ଷ୍ୟ ଧାର୍ଯ୍ୟ ରୁ ଏପର୍ଯ୍ୟନ୍ତ ୧୨ ଟି ଶେଷ ଏବଂ ୫୬ଟି କାର୍ଯ୍ୟ ଆରମ୍ଭ ହୋଇଅଛି ଏବଂ ୩୫୦୨ ଟି ରାସ୍ତା ଅନୁମୋଦନ ହୋଇ ୧୩୮୯ ଟି ର କାର୍ଯ୍ୟ ଆରମ୍ଭ ହୋଇଛି।ସେଭଳି ଗ୍ରାମ୍ୟ ରାସ୍ତା ସଂଯୋଗିକରଣ ରେ ୧୪୫୩ ଟି ଅନୁମୋଦିତ ହୋଇ ୧୫୬ ଟି ଶେଷ ହୋଇଛି ।ସେଭଳି ଜାତୀୟ ସାମାଜିକ ସହାୟତା ଯୋଜନାରେ ଜିଲ୍ଲାରେ ବାର୍ଦ୍ଧକ୍ୟ ଭତ୍ତା ୫୪୨୯୫,ବିଧବା ଭତ୍ତା ୨୨୪୨୦,ଦିବ୍ୟଙ୍ଗ ଭତ୍ତା ୩୬୮୦ ମୋଟ ୮୦୩୯୫ ହିତାଧିକାରୀଙ୍କୁ ଓ ଜାତୀୟ ପରିବାର ଭତ୍ତା ୭୯୨ ଜଣଙ୍କୁ ଦିଆଯାଉଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନା( ଗ୍ରାମୀଣ)ରେ ୧୦୧୯୭୧ ଲକ୍ଷ୍ୟ ଧାର୍ଯ୍ୟ ରୁ ୯୧୦୭୪ ଜଣ ଙ୍କୁ ଘର ଯୋଗାଇ ଦିଆଯାଇଛି।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ରେ ଭବାନୀପାଟଣା,ଜୁନାଗଡ,ଧର୍ମଗଡ ,କେସିଙ୍ଗା ଏନ ଏ ସି ଅଞ୍ଚଳରେ ୫୩୮୩ ଲକ୍ଷ୍ୟ ଧାର୍ଯ୍ୟ ରୁ ୨୯୩୫ ଜଣଙ୍କୁ ଘର ଆବଣ୍ଟନ କରାଯାଇଛି।୭.୧୦.୨୦୨୨ ସୁଦ୍ଧା ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ ରେ ୫୪୬ ଟି ଗ୍ରାମକୁ ପୂରଣ କରାଯାଇଛି ।

୨୦୨୨ ସୁଦ୍ଧା ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ୨୫୦୦୦ ଲକ୍ଷ୍ୟଧାର୍ଯ୍ୟ ରୁ ୧୧୮୩୦ ବଣ୍ଟନ କରାଯାଇଛି।ଜିଲ୍ଲାରେ ତଥ୍ୟ ଅନୁଯାୟୀ ଅନୁମୋଦିତ ଡାକ୍ତର ସଂଖ୍ୟା ୪୦୦ ରୁ ୧୬୬, ଆୟୁଷ ଡାକ୍ତର ୫୫ ରୁ ୨୬, ଷ୍ଟାଫ ନର୍ସ ୨୫୩ ରୁ ୧୬୦, ଫାର୍ମାସିଷ୍ଟ ୧୧୨ ରୁ ୮୭ ଏବଂ ବିଶେଷଜ୍ଞ ଡାକ୍ତର ୧୦୭ ରୁ ୩୭ ଜଣ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳ ଯୋଜନା ରେ ୨୪୩୮୪୬ ଙ୍କ ହିତାଧିକାରୀ ମଧ୍ୟରୁ ୨୨୬୮୫୦ ପ୍ରାୟ ୯୩ ପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହୋଇଛି। ବୈଠକରେ ଦୁର୍ଗମ ଅଞ୍ଚଳ ରେ ମୋବାଇଲ ଓ ନେଟ୍ ଟାୱାର, ଥୁଆମୂଲ୍ ରାମପୁର ଅଞ୍ଚଳରେ ଅଧିକ ବ୍ୟାଙ୍କ୍ ଶାଖା, ଭବାନୀପାଟଣା ବାଈପାସ୍ ରୋଡ, ଟିଟିଲାଗଡ ବିଜୟନଗରମ ତୃତୀୟ ରେଳପଥ ପାଇଁ ଜମି ଅଧିଗ୍ରହଣ, ଧାନ ସଂଗ୍ରହ,ଫସଲ ବୀମା ଉପରେ ମଧ୍ୟ ଆଲୋଚନା ହୋଇଥିଲା ।ଶେଷରେ ରାଜ୍ୟସଭା ସଦସ୍ୟ ତଥା ଉପାଧ୍ୟକ୍ଷ ଦିଶା କମିଟି ଶ୍ରୀ ସୁଜିତ୍ କୁମାର ଧନ୍ୟବାଦ୍ ଦେଇଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking