36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶହିଜାବ ପ୍ରସଙ୍ଗରେ ପୂର୍ବତନ ବିଧାୟକ ଜମିରୁଲ୍ଲା ଖାଁଙ୍କ ବିବାଦୀୟ ବୟାନ

ହିଜାବ ପ୍ରସଙ୍ଗରେ ପୂର୍ବତନ ବିଧାୟକ ଜମିରୁଲ୍ଲା ଖାଁଙ୍କ ବିବାଦୀୟ ବୟାନ

ଲକ୍ଷ୍ନୌ : ହିଜାବ ପ୍ରସଙ୍ଗରେ ଏକ ବିବାଦୀୟ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ଜମିରୁଲ୍ଲା ଖାଁ । ସେ କହିଛନ୍ତି ଯେ ଯେଉଁମାନେ ହିଜାବ ପିନ୍ଧିବାକୁ ବାରଣ କରୁଛନ୍ତି ସେମାନଙ୍କୁ ବଜାରରେ ନଗ୍ନ ବୁଲାଯିବା ଉଚିତ୍ । ମୋରାଦାବାଦର ଏକ କଲେଜରେ ବୁର୍ଖା ପିନ୍ଧିଥିବା କିଛି ଛାତ୍ରୀଙ୍କୁ ପ୍ରବେଶ ଅନୁମତି ନ ମିଳିବା ପରେ ସେ ଏହି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଯେଉଁମାନେ ହିଜାବ ପିନ୍ଧିବାକୁ ବାରଣ କରୁଛନ୍ତି ସେମାନଙ୍କୁ ବଜାରରେ ନଗ୍ନ ବୁଲାଯିବା ଉଚିତ୍ । ଏପରି ହେଲେ ସେମାନେ ଜାଣିପାରିବେ ଯେ ବିନା ବସ୍ତ୍ରରେ ବାହାରେ ବୁଲିବା କିପରି ଲାଗେ। ଶରୀରକୁ ଆବୃତ ରଖିବା ଭାରତୀୟଙ୍କ ପରମ୍ପରା । ଆମେ ଗାଁ’ଗଣ୍ଡାକୁ ଗଲେ ଦେଖିବା ଯେ ମା’ଭଉଣୀମାନେ ଓଢଣୀରେ ରହୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବୁର୍ଖାକୁ ନିଷିଦ୍ଧ କରିବା ଏକ ଅପରାଧ । ପିଲାମାନଙ୍କୁ ସେମାନଙ୍କ ଇଛା ଅନୁସାରେ ପୋଷାକ ପିନ୍ଧି କଲେଜକୁ ଯିବାକୁ ଅନୁମତି ଦିଆଯାଉ ଓ ସେମାନଙ୍କୁ ସେମାନଙ୍କ ଲକ୍ଷ୍ୟ ହାସଲ କରିବାକୁ ଦିଆଯାଉ । ଯଦି ବାହାରେ ନଗ୍ନ ବୁଲିବା ଏକ ଅପରାଧ, ତେବେ ପୋଷାକ ଖୋଲିବା ମଧ୍ୟ ଅପରାଧ । ମୋରାଦାବାଦର ହିନ୍ଦୁ କଲେଜରେ ବୁର୍ଖା ପିନ୍ଧି ଆସିଥିବା କିଛି ଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷ ଅନୁମତି ଦେଇନଥିଲେ । ଏହାକୁ ନେଇ ବିବାଦ ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking