32.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶମୋବାଇଲରେ ଗେମ୍ ଖେଳିବାକୁ ବାରଣ କଲେ ମାଆ, ଝିଅ ନେଲା ଚରମ ନିଷ୍ପତ୍ତି....

ମୋବାଇଲରେ ଗେମ୍ ଖେଳିବାକୁ ବାରଣ କଲେ ମାଆ, ଝିଅ ନେଲା ଚରମ ନିଷ୍ପତ୍ତି….

ଲକ୍ଷ୍ନୌ: ମୋବାଇଲରେ ଗେମ ଖେଳିବାକୁ ମା’ ବାରଣ କରିବାରୁ ଜଣେ ସ୍କୁଲ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ୧୦ ବର୍ଷୀୟା ଛାତ୍ରୀଜଣଙ୍କ ଘରେ ମୋବାଇଲରେ ଗେମ ଖେଳୁଥିବା ସୟମରେ ମା’ ବାରଣ କରିଥିଲେ । ପରେ କ୍ରୋଧିତ ହୋଇ ଛାତ୍ରୀଜଣଙ୍କ ଏପରି କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦେଖିବାକୁ ମିଳିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ପରିବାର ସଦସ୍ୟଙ୍କ ସୂଚନା ଅନୁସାରେ, ଛାତ୍ରୀଜଣଙ୍କ ଗତ କିଛି ମାସ ହେବ ମୋବାଇଲରେ ଅତ୍ୟଧିକ ଗେମ୍ ଖେଳିବାରେ ଅଭ୍ୟସ୍ତ ହୋଇପଡିଥିଲେ । ପାଠପଢିବା ପାଇଁ ସେ ଇଚ୍ଛା ପ୍ରକାଶ କରୁନଥିଲେ । ଯାହାକୁ ନେଇ ଘରଲୋକେ ତାଙ୍କୁ ଗେମ୍ ଖେଳିବାରୁ ବାରଣ କରୁଥିଲେ ।

କାଲି ସେ ମୋବାଇଲରେ ଗେମ୍ ଖେଳିବା ସମୟରେ ତାଙ୍କ ମା’ ତାଙ୍କୁ ବାରଣ କରିବାରୁ ଛାତ୍ରୀଜଣଙ୍କ ହଠାତ ଉତ୍ତେଜିତ ହୋଇପଡିଥିଲେ । ମାବାଇଲ ଫିଙ୍ଗି ଦେଇ ଏକ କୋଠରୀରରେ ନିଜକୁ ବନ୍ଦ କରି ଦେଇଥିଲେ । ଘରଲୋକେ ଡୋର ଖୋଲିବା ପାଇଁ ପ୍ରାୟସ କରି ବିଫଳ ହେବା ପରେ ଡୋର ଭାଙ୍ଗିଥିଲେ । ଛାତ୍ରୀଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୋବାଇଲ ଧରିବାକୁ ବାରଣ କରିବାରୁ ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଇଛି । ସ୍ଥାନୀୟ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତଦେହ ଉଦ୍ଧାର ହୋଇଥିବା କୋଠରୀର ଅନ୍ୟ କିଛି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ । ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ସମେତ ଛାତ୍ରୀଙ୍କ ମା’ଙ୍କୁ ପୋଲିସ ଜେରା ମଧ୍ୟ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିବା ନେଇ ପୋଲିସ କହିଛି । ଅନ୍ୟପଟେ ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅଭିଭାବକମାନେ ଚିନ୍ତାପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking