28.1 C
Bhubaneswar
Sunday, April 28, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଏଣିକି ୟୁକ୍ରେନକୁ ଡାକ୍ତରୀ ପଢ଼ିବାକୁ ଯିବେ ନାହିଁ ଭାରତୀୟ ଛାତ୍ର, ମେଡିକାଲ କଲେଜ ସ୍ଥାପନ ନେଇ...

ଏଣିକି ୟୁକ୍ରେନକୁ ଡାକ୍ତରୀ ପଢ଼ିବାକୁ ଯିବେ ନାହିଁ ଭାରତୀୟ ଛାତ୍ର, ମେଡିକାଲ କଲେଜ ସ୍ଥାପନ ନେଇ ମୋଦୀଙ୍କ ସହ ଆଲୋଚନା କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ମଧ୍ୟରେ ଘମାଘୋଟ ଲଢ଼େଇରେ ଫସିଛନ୍ତି ୧୮ ହଜାର ଭାରତୀୟ ଛାତ୍ର । ସେମାନଙ୍କୁ ଉଦ୍ଧାର ପାଇଁ ଭାରତ ସରକାର ଅପରେସନ ଗଙ୍ଗା ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଜଣେ ଭାରତୀୟ ଛାତ୍ର ରକେଟ ମାଡ଼ରେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁଳିମାଡ଼ର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କର ପିତାମାତାଙ୍କ ଶ୍ୱାସ ରୁଦ୍ଧ ହୋଇ ଯାଇଛି ସେମାନଙ୍କର ସନ୍ତାନମାନଙ୍କର ଫେରିବା ବାଟକୁ ଚାହିଁ ଚାହିଁ । ତେବେ ଭାରତରେ ଅନେକ ଉଚ୍ଚମାନର ମେଡିକାଲ କଲେଜ ଥିଲେ ମଧ୍ୟ କ’ଣ ପାଇଁ ଏତେ ସଂଖ୍ୟକ ପିଲା ବିଦେଶକୁ ପଢ଼ିବା ପାଇଁ ଯାଉଛନ୍ତି ସେନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି । ବର୍ତ୍ତମାନ ସ୍ଥିତିରେ ହଜାର ହଜାର ପିଲାଙ୍କୁ ଲୋନ ଓ ମେଡିକାଲ କ୍ୟାରିୟର ଚିନ୍ତା ଘାରିଲାଣି ।

ତେବେ ଭାରତୀୟ ଛାତ୍ରମାନଙ୍କୁ ଏଣିକି ୟୁକ୍ରେନକୁ ମେଡିକାଲ ପଢ଼ିବାକୁ ଯିବାକୁ ପଡ଼ିବ ନାହିଁ । ଟ୍ରେକ୍ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଭାରତରେ ଏକ ମେଡିକାଲ କଲେଜ ସ୍ଥାପନ ନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଦେଶରେ ମେଡିକାଲ ସିଟ ଅଭାବକୁ ଦୂର କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ବର୍ତ୍ତମାନ ୮୫ ହଜାରରୁ ଅଧିକ ଭାରତୀୟ ଛାତ୍ର ଚୀନ, ୟୁକ୍ରେନ, ରୁଷିଆ, ଫିଲିପାଇନ୍ସ, କିରଗିଜସ୍ଥାନ, ଜର୍ଜିଆ ଓ ବାଂଲାଦେଶରେ ମେଡିକାଲ ପାଠ ପଢ଼ୁଛନ୍ତି । ଯଦି ଭାରତରେ ବୃହତ ମେଡିକାଲ କଲେଜ ସ୍ଥାପନ ସମ୍ଭବ ହୁଅନ୍ତା, ତେବେ ଦେଶର ପିଲାମାନେ ବିଦେଶକୁ ମେଡିକାଲ ପଢ଼ିବାକୁ ଯାଇ ହିନସ୍ତା ହୁଅନ୍ତେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking