31.1 C
Bhubaneswar
Friday, March 29, 2024
Homeଓଡିଶାଟ୍ରେନ ଦୁର୍ଘଟଣାକୁ ରୋକିବ ଡିଜିଓାଲ ‘କବଚ’... କେମିତି ଜାଣନ୍ତୁ...

ଟ୍ରେନ ଦୁର୍ଘଟଣାକୁ ରୋକିବ ଡିଜିଓାଲ ‘କବଚ’… କେମିତି ଜାଣନ୍ତୁ…

ନୂଆଦିଲ୍ଲୀ: ରେଳ ଦୁର୍ଘଟଣା ରୋକିବା ଦିଗରେ ଭାରତୀୟ ରେଳବାଇ ହାସଲ କରିଛି ବଡ଼ ଉପଲବ୍ଧି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସୁରକ୍ଷା ପ୍ରଣାଳୀ ‘କବଚ’ କାର‌୍ୟ୍ୟକାରୀ ହେବାକୁ ପ୍ରସ୍ତୁତ । ରେଲୱେ ଏହାର ବ୍ୟବାହରିକ ପରୀକ୍ଷଣ ମଧ୍ୟ ଆରମ୍ଭ କରିଛି । ଶୁକ୍ରବାର ‘କବଚ’ର ପରୀକ୍ଷଣ କରି ଭାରତୀୟ ରେଳବାଇ ନୂଆ ଇତିହାସ ରଚିଛି । ଏହି ସ୍ୱଦେଶୀ ପ୍ରଣାଳୀ ସାହାଯ୍ୟରେ ପରସ୍ପର ସହ ଧକ୍କା ହୋଇ ଘଟୁଥିବା ଟ୍ରେନ ଦୁର୍ଘଟଣାକୁ ରୋକାଯିବ ।
ଶୁକ୍ରବାର ଏହାର ପରୀକ୍ଷଣ ପାଇଁ ରେଲୱେ ତରଫରୁ ଦୁଇଟି ଟ୍ରେନକୁ ବିପରୀତ ଦିଗରୁ ୧୬୦ କିମି ବେଗର ଚଲାଯାଇଥିଲା । ତେବେ ‘କବଚ’ ଯୋଗୁଁ ଦୁଇ ଟ୍ରେନ ପରସ୍ପରକୁ ଧକ୍କା ଦେଇ ନଥିଲେ ଏବଂ ଆପେ ଆପେ ଟ୍ରେନର ସ୍ପିଡ୍ ହ୍ରାସ ହୋଇଥିଲା। ରେଲୱେ ଅଧିକାରୀଙ୍କ ସୂଚନା ଅନୁସାରେ, ‘କବଚ’ ଡିଜିଟାଲ ସିଷ୍ଟମକୁ ରେଡ ସିଙ୍ଗନାଲ କିମ୍ୱା ଅନ୍ୟ କୌଣସି ବୈଷୟିକ ତ୍ରୁଟି ଜଣାପଡିଥାଏ । ଏହାଦ୍ୱାରା ଦୁଇଟି ଟ୍ରେନ ମଧ୍ୟରେ ଦୁର୍ଘଟଣା ଆଶଂକା ୦ ପ୍ରତିଶତ ହୋଇଥାଏ। ଏଥିପାଇଁ ପ୍ରତି କିଲୋମିଟର ପିଛା ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବୈଶ୍ୱିକ ସ୍ତରରେ ଏହିପରି ସୁରକ୍ଷା ପ୍ରଣାଳୀର ପ୍ରତି କିଲୋମିଟର ପିଛା ଖର୍ଚ୍ଚ ପ୍ରାୟ ୨ କୋଟି ଟଙ୍କା ହୋଇଥାଏ । ରେଲୱେ ଅନୁସାରେ, ସିକନ୍ଦରାବାଦରେ ଦେଶର ବିକଶିତ ଟ୍ରେନ ସୁରକ୍ଷା ପ୍ରଣାଳୀ ‘କବଚ’ର ଟେଷ୍ଟ କରାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking