41.1 C
Bhubaneswar
Sunday, April 28, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧୟୁକ୍ରେନରେ ଭାରତୀୟ ଛାତ୍ରଙ୍କ କାର୍ଯ୍ୟ ଦେଶର ଛାତି ଚଉଡା କରି ଦେଉଛି...

ୟୁକ୍ରେନରେ ଭାରତୀୟ ଛାତ୍ରଙ୍କ କାର୍ଯ୍ୟ ଦେଶର ଛାତି ଚଉଡା କରି ଦେଉଛି…

ନୂଆଦିଲ୍ଲୀ : ପୋଲାଣ୍ଡ ବର୍ଡରରେ ପହଞ୍ଚିଛନ୍ତି ଜଣେ ଭାରତୀୟ । ନାଁ ରୋନକ ରାୱଲ । ସେ ଡେନମାର୍କରେ ରୁହନ୍ତି, କିନ୍ତୁ ଏବେ ରୁଷ ଓ ୟୁକ୍ରେନ ଯୁଦ୍ଧ ସମୟରେ ଭାରତୀୟଙ୍କ ପାଇଁ ଅଣ୍ଟା ଭିଡିଛନ୍ତି । ପହଞ୍ଚି ଯାଇଛନ୍ତି ପୋଲାଣ୍ଡ ବର୍ଡରରେ । ବର୍ତ୍ତମାନ ଯୁଦ୍ଧ କ୍ଷେତ୍ରରେ ଫସିଥିବା ସବୁ ଦେଶର ଲୋକଙ୍କୁ ବାହାରକୁ କାଢୁଛନ୍ତି । ୟୁକ୍ରେନ-ପୋଲାଣ୍ଡ ବର୍ଡରରେ ଆମ ଭାରତୀୟଙ୍କ ଏଭଳି କାର୍ଯ୍ୟ ଦେଖି ଦେଶବାସୀ ଖୁବ ଗର୍ବ ଅନୁଭବ କରୁଛନ୍ତି । ସତରେ ଏଭଳି ମାନବିକତା କେବଳ ଭାରତୀୟଙ୍କ ପାଖରେ ହିଁ ଦେଖିବାକୁ ମିଳେ । ରୁଷ ୟୁକ୍ରେନ ରାଜଧାନୀକୁ ନିଜ କବଜାକୁ ନେବାକୁ କଳବଳ କୌଶଳ ଲଗାଉଛି । ୟୁକ୍ରେନର ଅନେକ ସହର ଏବେ ପାଉଁଶ ଗଦାରେ ପରିଣତ ହୋଇଛି । ଲୋକେ ନିଜ ଘରଦ୍ୱାର ଛାଡି ଦେଶ ଛାଡ଼ିବାକୁ ଲାଗିଛନ୍ତି । ଏହି ସମୟରେ ଭଗବାନଙ୍କ ଦୂତ ସାଜି ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଭାରତୀୟ ବନ୍ଧୁ । ୟୁକ୍ରେନ ଲୋକଙ୍କ ପାଇଁ ଭଗବାନ ସାଜିଛନ୍ତି ରୋନକ । ପାଖାପାଖି ୫୦ ମହିଳା, ୪୦ ଶିଶୁଙ୍କୁ ନିଜ ହେପାଜତରେ ରଖିଛନ୍ତି ରୋନକ । ଖାଲି ବର୍ଡରରୁ ନୁହେଁ, ସେ ଯୁଦ୍ଧ ବିରାମ ସମୟରେ ଖାର୍କିଭରୁ ମହିଳା ଏବଂ ଶିଶୁଙ୍କୁ ଉଦ୍ଧାର କରୁଛନ୍ତି । ତା’ ସହ ନିଜ ଖର୍ଚ୍ଚରେ ରହିବା ଖାଇବାର ବ୍ୟବସ୍ଥା ମଧ୍ୟ କରିଛନ୍ତି । ୨ ହଜାର ଲୋକଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରି ସାରିଲେଣି ରୋନକ । ତାଙ୍କୁ ଦେଖି ଲାଗୁଛି ସତରେ ବଡ଼ ଲୋକ ହେବା ପାଇଁ ବଡ ହୃଦୟ ରହିବା ନିହାତି ଦରକାର, ଯାହା ପ୍ରମାଣ କରି ଦେଖାଉଛନ୍ତି ଜଣେ ଭାରତୀୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking