24.1 C
Bhubaneswar
Thursday, May 9, 2024
Homeଓଡିଶାଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀକୁ ଦାବି ଦିବସ ରୂପେ ପାଳିଲା ବିକେଏମ୍‌ୟୁ

ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀକୁ ଦାବି ଦିବସ ରୂପେ ପାଳିଲା ବିକେଏମ୍‌ୟୁ

ଭୁବନେଶ୍ୱର:ଭାରତୀୟ ସମ୍ବିଧାନର ପ୍ରଣେତା ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀକୁ ଭାରତୀୟ କ୍ଷେତ ମଜଦୁର ୟୁନିୟନ ବା ବିକେଏମ୍‌ୟୁ ଦେଶବ୍ୟାପୀ ଦାବି ଦିବସ ରୂପେ ପାଳନ କରିଛି ।
ଏହି ଉପଲକ୍ଷେ ଆଜି ଦିବା ୧୦ ଘଌକ୍ଷଗ୍ଧ;ା ସମୟରେ ଅଶୋକନଗରସ୍ଥ ଭଗବତୀ ଭବନଠାରୁ ବିକେଏମୟୁ ପକ୍ଷରୁ ଏକ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରାକାରୀମାନେ ଡଃ ଆମ୍ବେଦକରଙ୍କ ଫଟୋ ସମ୍ବଳିତ ସେମାନଙ୍କର ଦାବିମାନ ଲେଖାଥିବା ବିଭିନ୍ନ ପ୍ଲାକାର୍ଡ ହାତରେ ଧରିଥିଲେ ।
ଶୋଭଯାତ୍ରାକାରୀମାନେ ଏଜିଛକଠାରେ ପହଞ୍ôଚ ସେଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲାପରେ ବିକେଏମୟୁର ରାଜ୍ୟ ସମ୍ପାଦକ ସୁର ଜେନା ଶୋଭାଯାତ୍ରାକାରୀଙ୍କମାନଙ୍କୁ ଉଦ୍‌ବୋଧନ ଦେଇ ବିଜେପି ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର ଭାରତୀୟ ସମ୍ବିଧାନକୁ କ୍ଷୁଣ୍ଣ କରିଚାଲିଥିବାରୁ ଏହାକୁ ରକ୍ଷା କରିବା ପାଇଁ ଆହ୍ୱାନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କୈଳାସ ପୁହାଣ, କ୍ଷେତ ମୂଲିଆ ନେତା ଲୋକନାଥ ଭୋଇ, ପାର୍ବତୀ ଲାଗୁରି, ପଞ୍ଚାନନ ସାହୁ, ଶିବ ଚରଣ ବେହେରା, ବଳରାମ ଜାଲି, ଛେତମ୍ବର ଭୋଇ, ଡାକ ହେମ୍ବ୍ରମ୍ ଓ ରାମଚନ୍ଦ୍ର ମୁର୍ମୁ ପ୍ରମୁଖ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking