31.1 C
Bhubaneswar
Friday, March 29, 2024
Homeଓଡିଶାହାଇଦାର ଫେରାର୍ ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି: ପ୍ରକାଶ ମିଶ୍ର

ହାଇଦାର ଫେରାର୍ ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି: ପ୍ରକାଶ ମିଶ୍ର

 ହାଇଦରକୁ ଖସାଇଦେବା ଷଡଯନ୍ତ୍ରରେ ଜେଲ୍ କର୍ତୁପକ୍ଷ, ମେଡିକାଲ କର୍ତ ୁପକ୍ଷ ଏବଂ ପୁଲିସର ହାତ ରହିଛି
 ହାଇଦର ଭଳି ଦୁର୍ଦ୍ଦାନ୍ତ ଅପରାଧୀକୁ କାହିଁକି ବାରମ୍ବାର କଟକ ଅଣାଯାଉଥିଲା ?
 ହାଇଦର ପ୍ରତି ରାଜ୍ୟ ସରକାର କାହିଁକି ସମ୍ବଦେନଶୀଳ ହେଉଥିଲେ?
 ହାଇଦରକୁ କିଏ କ୍ୟାବିନ ଯୋଗାଇଥିଲା ଏବଂ ଏତେ ସହଜରେ ତାକୁ କ୍ୟାବିନ କିପରି ମିଳିଲା ?
 ହାଇଦରଙ୍କୁ କାହା ନିର୍ଦ୍ଦେଶରେ ବିରିୟାନୀ ଦିଆଯାଉଥିଲା ?
 କଟକ ବଡ ମେଡିକାଲରୁ ହାଇଦର ଫେରାର୍ ହେବାର ୨/୩ ଘଂଟା ପର୍ଯ୍ୟନ୍ତ କାହାକୁ ଖବର ଦିଆଯାଇନଥିଲା କାହିଁକି?
 ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଏଭଳି ଏକ ଘଟଣା ଘଟିବା ଅତ୍ୟନ୍ତ ଉଦବେଗଜନକ ଏବଂ ଚିନ୍ତାର ବିଷୟ
 ଗୃହ ବିଭାଗର ମୁଖ୍ୟ ଭାବେ ଖୋଦ୍ ମୁଖ୍ୟମନ୍ତ୍ରୀ ଥିବାବେଳେ ଏତେ ବଡ ଘଟଣା ପରେ ବି ମୁଖ୍ୟମନ୍ତ୍ରୀ ଏହି ଘଟଣାର
ସମୀକ୍ଷା ନକରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା
ଭୁବନେଶ୍ୱର: ଓଡିଶାରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇଛି । କୁଖ୍ୟାତ ଗ୍ୟାଙ୍ଗଷ୍ଟର
ହାଇଦର ଫେରାର ହେବାର ୪ ଦିନ ବିତିଥିଲେ ବି ଓଡିଶା ପୋଲିସ ତାକୁ ଧରିବାରେ ବିଫଳ ହୋଇଛି । ଏହି ଘଟଣାରେ ବଡ ବଡ
ଅଧିକାରୀମାନଙ୍କର ସଂପୃକ୍ତି ଥିବାବେଳେ କେବଳ ୬ ଜଣିଆ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ।
ହାଇଦାର ଫେରାର୍ ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ରହିଛନ୍ତି ବୋଲି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ଶ୍ରୀ ପ୍ରକାଶ
ମିଶ୍ର ପ୍ରଶ୍ନ କରିଛନ୍ତି ।
ଗ୍ୟାଙ୍ଗଷ୍ଟର ହାଇଦର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂଶ୍ଲିଷ୍ଟ ଥିଲା । ତାଙ୍କୁ ସମ୍ବଲପୁର ଜେଲରେ ରଖି ମଧ୍ୟ ବିଭିନ୍ନ ଆଳ
ଦେଖାଇ ତାଙ୍କୁ କଟକ ଅଣାଯାଉଥିଲା । ଏଭଳି ଦୁର୍ଦ୍ଦାନ୍ତ ଅପରାଧୀକୁ କାହିଁକି ବାରମ୍ବାର କଟକ ଅଣାଯାଉଥିଲା ତାହା ସ୍ପଷ୍ଟ ହେବା ଦରକାର ।
ବୁର୍ଲା ମେଡିକାଲ କର୍ତୁପକ୍ଷ ତାଙ୍କୁ ୩ ଥର କଟକ ମେଡିକାଲ ରେଫର୍ କରିଛନ୍ତି । ହାଇଦର ପ୍ରତି ରାଜ୍ୟ ସରକାର କାହିଁକି ସମ୍ବଦେନଶୀଳ
ହେଉଥିଲେ? ସେହିପରି କଟକ ବଡ ମେଡିକାଲରେ ରୋଗୀଙ୍କୁ କ୍ୟାବିନ ମିଳିବା କାଠିକର ପାଠ । କିନ୍ତୁ ହାଇଦରକୁ କିଏ କ୍ୟାବିନ
ଯୋଗାଇଥିଲା ଏବଂ ଏତେ ସହଜରେ ତାକୁ କ୍ୟାବିନ କିପରି ମିଳିଲା ? କିଡନୀ ଜନିତ ସମସ୍ୟା ଥିବା ଯୋଗୁଁ ହାଇଦରକୁ କଟକ
ମେଡିକାଲ ଅଣାଯାଇଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । କିଡନୀ ରୋଗ ଥିଲେ ଖାଦ୍ୟ ପେୟ ଉପରେ ଅନେକ କଟକଣା
ରହିଥାଏ । କିନ୍ତୁ ହାଇଦରଙ୍କୁ କାହା ନିର୍ଦ୍ଦେଶରେ ବିରିୟାନୀ ଦିଆଯାଉଥିଲା ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।
କଟକ ବଡ ମେଡିକାଲରୁ ହାଇଦର ଫେରାର୍ ହେବାର ୨/୩ ଘଂଟା ପର୍ଯ୍ୟନ୍ତ କାହାକୁ ଖବର ଦିଆଯାଇନଥିଲା । ଜାଣିଶୁଣି
ହାଇଦରକୁ ଖସାଇଦେବାର ଯୋଜନା କରାଯାଇଥିଲା । ଏହି ଷଡଯନ୍ତ୍ରରେ ଜେଲ୍ କର୍ତୁପକ୍ଷ, ମେଡିକାଲ କର୍ତୁପକ୍ଷ ଏବଂ ପୁଲିସର ହାତ ରହିଛି
ା ଏମାନଙ୍କ ମଧ୍ୟରେ ସମନ୍ୱୟ ରଖିବା ପାଇଁ କିଏ ଜଣେ ବଡ ଅଧିକାରୀ ଏଥିରେ ସାମିଲ ଥାଇପାରନ୍ତି । ହାଇଦର ଏବେ ପଶ୍ଚିମବଙ୍ଗରେ
ଲୁଚିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗୃହ ବିଭାଗର ମୁଖ୍ୟ ଭାବେ ଖୋଦ୍ ମୁଖ୍ୟମନ୍ତ୍ରୀ ଥିବାବେଳେ ଏତେ ବଡ ଘଟଣା ପରେ ବି
ମୁଖ୍ୟମନ୍ତ୍ରୀ ଏହି ଘଟଣାର ସମୀକ୍ଷା ନକରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଏଭଳି ଏକ ଘଟଣା ଘଟିବା ଅତ୍ୟନ୍ତ
ଉଦବେଗଜନକ ଏବଂ ଚିନ୍ତାର ବିଷୟ । ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି
ଜବାବ ନାହିଁ । ରାଜ୍ୟ ପୋଲିସର ମୁଖ୍ୟ କାର୍ଯ୍ୟାଳୟ କଟକରେ ଥାଇ ବିଶ୍ୱସ୍ତରୀୟ ହସ୍ପିଟାଲରୁ କୁଖ୍ୟାତ ଅପରାଧି କିପରି ଫେରାର
ହୋଇପାରୁଛି ତାହା ରାଜ୍ୟର ଆଇନ କାନୁନ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ
ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର
ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking