29.1 C
Bhubaneswar
Sunday, May 5, 2024
Homeକରୋନା ଓଡିଶାଏକାଧିକ ପଜିଟିଭ ଚିହ୍ନଟ ପରେ ଆଲେନ ଇନଷ୍ଟିଚ୍ୟୁଟକୁ ସିଲ କଲା ବିଏମସି

ଏକାଧିକ ପଜିଟିଭ ଚିହ୍ନଟ ପରେ ଆଲେନ ଇନଷ୍ଟିଚ୍ୟୁଟକୁ ସିଲ କଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ଆଲେନ ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି । ସେହି ଇନଷ୍ଟିଚ୍ୟୁଟରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ୩୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ ହୋଇଥିବା ନେଇ ବିଏମସି ପକ୍ଷରୁ ସୂଚନା ଜାରି କରାଯାଇଛି । ଟେଷ୍ଟିଂ ପରେ ଆଲେନ ଇନଷ୍ଟିଚ୍ୟୁଟରୁ ଏକାଧିକ ପଜିଟିଭ ବାହାରିଛନ୍ତି । ପରେ ବିଏମସି ଏହା ଉପରେ କଡା ପଦକ୍ଷେପ ନେଇଛି । ପଜିଟିଭ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଶିକ୍ଷାନୁଷ୍ଠାନ ସମ୍ମୁଖରେ ପୋଲିସ ମୁତୟନ ଥିବା ବେଳେ ଶିକ୍ଷାନୁଷ୍ଠାନକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ ହୋଇଛି ।

ଅନ୍ୟପଟେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ୭୧ ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଆଲେନ ଇନଷ୍ଟିଚ୍ୟୁଟରୁ ୩୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଆଇଆଇଟି ଅନୁଗୁଳରୁ ୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଚିନ୍ତାଜନକ ବିଷୟ ପାଲଟିଛି । ଏହା ପୂର୍ବରୁ ମଧ୍ୟ ଏକ୍ସଆଇଏମବି ଶିକ୍ଷାନୁଷ୍ଠାନରୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ବାରମ୍ବାର ଶିକ୍ଷାନୁଷ୍ଠାନ ଓ ହଷ୍ଟଲରୁ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଏବେ ସରକାରଙ୍କ ଚିନ୍ତା ବଢିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking