37.1 C
Bhubaneswar
Saturday, May 18, 2024
Homeଓଡିଶାଏମ୍‌ଜିଏମ୍ କମ୍ପାନୀ ପକ୍ଷ୍ୟରୁ ପାନୀୟଜଳ ପ୍ରକଳ୍ପ ଲୋକର୍ପିତ

ଏମ୍‌ଜିଏମ୍ କମ୍ପାନୀ ପକ୍ଷ୍ୟରୁ ପାନୀୟଜଳ ପ୍ରକଳ୍ପ ଲୋକର୍ପିତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ହଳଦିଆବାହାଳ ଗ୍ରମରେ ଏମ୍‌ଜିଏମ୍ ଷ୍ଟିଲ ପ୍ଲାଂଟ କଂପାନୀ ସହାୟରେ ନିର୍ମିତ ହୋଇଥିବା ମେଗା ପାନୀୟଜଳ ପ୍ରକଳ୍ପଟି ଲୋକାର୍ପିତ ହୋଇଯାଇଛି । ନୁଆ ଭାଗିଥିପୁର ସରପଂଚ ମମତାଞ୍ଜଳି ଆଚାର୍ଯ୍ୟଙ୍କ ତତ୍ୱବଧାନରେ ଆୟୋଜିତ ଏହି ପ୍ରକଳ୍ପ ଲୋକର୍ପଣ କାର୍ଯ୍ୟକ୍ରମରେ କଂପାନୀ ପରିଚାଳକ ଶ୍ରୀଯୁକ୍ତ ପ୍ରମୋଦ କୁମାର ଶ୍ରୀବାସ୍ତବ, ବିଦ୍ୟୁତ୍ ପରିଚାଳକ ମନୋରଞ୍ଜନ ଶତପଥୀ, ସମାଜ ମଙ୍ଗଳ ଅଧିକାରୀ ସୁଧାକର ସାମଲ, ସଭିଲ ମ୍ୟାନେଜର ପ୍ରଦୀପ ମହାପାତ୍ର, ଗ୍ରାମ ସଭାପତି ଫଗୁରାମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ଏମ୍‌ଜିଏମ୍ କମ୍ପାନୀ ପକ୍ଷରୁ ୫୬ ଲକ୍ଷ ଟଙ୍କା ସହାୟତା କରାଯାଇଥିଲା । ପାନୀୟଜଳ ଯୋଗାଣ ବିଭାଗ ତରଫରୁ ୧ ଲକ୍ଷ କ୍ଷମତା ବିଶିଷ୍ଟ ଗୋଟିଏ ଟାଙ୍କି ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପଟିକୁ ପଂଚାୟତକୁ ହସ୍ତାନ୍ତର କରାଯାଇଥିବା କମ୍ପାନୀ ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking