33.1 C
Bhubaneswar
Monday, May 6, 2024
Homeଓଡିଶାସଦର ତହସିଲଦାରଙ୍କ ଅଚାନକ ଚଢାଉ

ସଦର ତହସିଲଦାରଙ୍କ ଅଚାନକ ଚଢାଉ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକରେ ଦିନକୁ ଦିନ ପଥର ମାଫିଆଙ୍କ ଉତ୍ପାତ ବଢିବାରେ ଲାଗିଛି । ଏନେଇ ଢେଙ୍କାନାଳ ସଦର ତହସିଲ ତରଫରୁ ବେଆଇନ ଭାବେ ପଥର ଚାଲାଣ ହେଉଥିବା ୩ଟି ଟ୍ରକ ଜବତ କରାଯାଇଛି । ଢେଙ୍କାନାଳରୁ ପଥର ଚାଲାଣ ହେଉଥିବା ଟ୍ରକ ନଂ ଓଆ ୦୯ ଇ ୫୫୨୫ କୁ ଟ୍ରକ ଟିକୁ ଗୋଡାଇ ଖୁଂଟୁଣି ଥାନା ନିକଟରେ କବଜା କରିଥିଲେ । ଏହି ଘଟଣାରେ ଆଠଗଡ ତହସିଲଦାର ଏବଂ ଖୁଂଟୁଣି ଥାନା ଅଧିକାରୀ ସହଯୋଗ କରିଥିଲେ । ଠିକ ଅନୁରୁପ ଭାବେ ବିଜପୁର ଅଂଚଳରୁ ଆଉ ଦୁଇଟି ଟ୍ରକ ଜବତ କରାଯାଇଛି । ନଡିଆଳି ଅଂଚଳରୁ ବେଆଇନ ଭାବେ ମୋରମ ଖୋଳି ନେଉଥିବା ଗାୟତ୍ରୀ ଠିକା ସଂସ୍ଥାର ଏକ ହାଇଓା ଏବଂ ଏକ୍ସାକେଟରକୁ ଜବତ କରିଛି । ଜବତ ଟ୍ରକ ଗୁଡିକୁ ଗୋବିନ୍ଦପୁର ଫାଣ୍ଡି ଜିମା କରାଯାଇଛି । ସଦର ତହସିଲଦାର ଲକ୍ଷ୍ମୀଧର ରାଉତଙ୍କ ତତ୍ୱାବଧାନରେ ଅତିରିକ୍ତ ତହସିଲଦର ଅନୁପମା ମୁର୍ମୁ, ରାଜସ୍ୱ ସୁପରଭାଇଜର ସଞ୍ଜୟ ବରାଳ, ମାଣିପୁର ଆର୍‌ଆଇ ପୁଷ୍ପିତା ମଧୁମିତା ଦେହୁରୀ ଓ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଭୁତିଆ ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking