29.1 C
Bhubaneswar
Wednesday, April 24, 2024
Homeଓଡିଶାରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନ ସଭାପତି -ଅକ୍ଷୟ , ସଂପାଦକ -ମନୋଜ

ରାଇରଙ୍ଗପୁର ଓକିଲ ସଂଘ ନିର୍ବାଚନ ସଭାପତି -ଅକ୍ଷୟ , ସଂପାଦକ -ମନୋଜ

ମୟୁରଭଞ୍ଜ: ଓଡ଼ିଶାରେ ସମସ୍ତ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ସଂଘ ତରଫରୁ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ପରିଚାଳନା ଦାୟିତ୍ଵରେ ଆଡଭୋକେଟ ଜହରଲାଲ ମଣ୍ଡଳ ନିର୍ବାଚନ ପରିଚାଳନା କରିଥିଲେ । ରାଇରଙ୍ଗପୁର ଓକିଲ ସଂଘ ସଭାପତି ପଦରେ ଅକ୍ଷୟ କୁମାର ମହାନ୍ତି ,*ଉପସଭାପତି-ମନୋଜ ଦାସ(୧) *ସଂପାଦକ -ମନୋଜ ଦାସ(୨) *ଯୁଗ୍ମ ସମ୍ପାଦକ-ହରେକୃଷ୍ଣ ମହାକୁଡ଼ *ସହ ସଂପାଦକ-ପ୍ରଦୀପ ମଣ୍ଡଳ *ପାଠାଗାର ସଂପାଦକ-ଗୌରୀ ଶଙ୍କର ଦତ୍ତ *କୋଷାଧ୍ୟକ୍ଷ-ଲକ୍ଷ୍ମଣ ମାଝୀ *କାର୍ଯ୍ୟକାରୀ ସଦସ୍ୟ ୧-ଅରୁଣ ବାରିକ,୨-ଭବାନୀ ଶଙ୍କର ମହାନ୍ତି ୩-ବିଜୟ କୁମାର ସାମଲ ୪-ବିନୟଭୁଷଣ ମହାନ୍ତି ୫-ବିରଞ୍ଚିନାରାୟଣ ନନ୍ଦ ୬-ଦୁଷ୍ମନ୍ତ କୁମାର ବସା ୭-କିଶୋର ଚନ୍ଦ୍ର ମହାନ୍ତ ୮-ମାନଗୋବିନ୍ଦ ମହାନ୍ତ ୯-ନିବେଦିତା ଗିରି ୧୦-ଶେଖର କୁମାର ଦତ୍ତ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ୨୧୫ ଜଣ ପଞ୍ଜିକୃତ ଓକିଲଙ୍କ ମଧ୍ୟରୁ ୨୧୨ଜଣ ନିଜ ମନପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ପ୍ରଦାନ କରିଥିଲେ । ନବନିର୍ବାଚିତ ପ୍ରାର୍ଥୀଙ୍କୁ ସମସ୍ତେ ବଧାଇ ଜଣାଇଥିଲେ । ଓକିଲ ସଂଘର ସର୍ବାଙ୍ଗୀନ ଉନ୍ନତି ପାଇଁ ଧ୍ୟାନ ଦେବେ ବୋଲି ନବନିର୍ବାଚିତ ସଭାପତି ଅକ୍ଷୟ ମହାନ୍ତି ଗଣମାଧ୍ୟମକୁ ସୂଚାଇ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking