34.1 C
Bhubaneswar
Thursday, April 25, 2024
Homeଓଡିଶାକୋଭିଡ କଟକଣା ମଧ୍ୟରେ କରଞ୍ଜିଆ ଐତିହାସିକ ଦୋଳମେଳା ମହାମିଳନ ଅନୁଷ୍ଠିତ

କୋଭିଡ କଟକଣା ମଧ୍ୟରେ କରଞ୍ଜିଆ ଐତିହାସିକ ଦୋଳମେଳା ମହାମିଳନ ଅନୁଷ୍ଠିତ

ମୟୁରଭଞ୍ଜ: ଜିଲ୍ଲାର ପାଞ୍ଚପୀଢ଼ ଉପଖଣ୍ଡ କରଞ୍ଜିଆ ଦୋଳ ଉତ୍ସବ ଓଡିଶାର ଅନ୍ୟତମ ଐତିହାସିକ ପ୍ରସିଦ୍ଧ ଦୋଳମେଲଣ ଯାତ୍ରା । ଏହି ଅବସରରେ କରଞ୍ଜିଆ ସହର ଉତ୍ସବ ମୁଖର ହୋଇଉଠି ଥାଏ, ସନ୍ଧ୍ୟାରେ ଶୁଭଖୁଣ୍ଟ ପୂଜାର୍ଚ୍ଚନା ପରେ ଉପଜିଲ୍ଲାପାଳ ସମସ୍ତ ଜୀଉମାନଙ୍କୁ ମହାମିଳନ ପାଇଁ ନିମନ୍ତ୍ରଣ କରିଥାନ୍ତି। କରଞ୍ଜିଆର ଏହି ଦୋଳମେଲଣ ଯାତ୍ରାରେ ଠାକୁରମୁଣ୍ଡା, ଶୁକୃଳି, ରରୁଆଁ, କରଞ୍ଜିଆ, ଯଶିପୁର ଅଞ୍ଚଳରୁ ଜୀଉମାନେ ସୁସଜ୍ଜିତ ବିମାନରେ ନିଜ ଗ୍ରାମରେ ଫଗୁ ଦଶମୀରୁ ତିନିଦିନ ଧରି ଶ୍ରଦ୍ଧାଳୁ ମାନଙ୍କ ଘରେ ବିଜେ ହୋଇ ଭୋଗ ଗ୍ରହଣ କରି ଶେଷରେ କରଞ୍ଜିଆର ମିଳନପଡ଼ିଆ ଠାରେ ଜୀଉ ମାନଙ୍କ ମହାମିଳନ ହୋଇଥାଏ । ଏହି ମହାମିଳନରେ ପାଞ୍ଚପୀଢ ସବଡିଭିଜନରୁ 18 ଟି ବିମାନରେ ସୁସଜ୍ଜିତ ଜୀଉମାନେ ଏହି ମହାମିଳନରେ ସାମିଲ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମହାମିଳନ ମୁହୂର୍ତ୍ତ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ। ପରମ୍ପରା କ୍ରମେ ଚାଲି ଆସୁଥିବା ଏହି ଦୋଳମେଳଣ ଯାତ୍ରା 115 ବର୍ଷରୁ ଉର୍ଦ୍ଧକାଳ ହେବ ଅନୁଷ୍ଠିତ ହୋଇଆସୁଛି ଏବର୍ଷ କୋଭିଡ କଟକଣା ଯୋଗୁଁ ବିନା ଭକ୍ତରେ ଏହି ମହାମିଳନ ପର୍ବ ଅନଷ୍ଠିତ ହୋଇଯାଇଛି। କିନ୍ତୁ ଏବର୍ଷ କୋଭିଡ କଟକଣା ଯୋଗୁଁ ଫିକା ପଡିଛି ଶ୍ରୀଜୀଉମାନଙ୍କ ଦୋଳ ମେଲଣ। ପରେ ପରେ ଉପଜିଲାପାଳ ଡ଼କ୍ଟର ରଜନୀକାନ୍ତ ବିଶ୍ୱାଳ ସମସ୍ତ ଜୀଉମାନଙ୍କୁ ନିଜ ସରକାରୀ ବାସଭବନକୁ ନିମନ୍ତ୍ରଣ କରି ପାଛୋଟି ନେଇଥାନ୍ତି ଏବଂ ଉପଖଣ୍ଡରୁ ଆସିଥିବା ଜୀଉ ମାନଙ୍କୁ ପୂଜାର୍ଚ୍ଚନା କରି ଭୋଗ ଲଗାଇଥାନ୍ତି । ଶେଷରେ ସମସ୍ତ ଜୀଉମାନଙ୍କ ବିମାନ ଗୁଡିକ ନଗର ପରିକ୍ରମା କରି ଦୋଳପଡିଆ ଠାରେ ମିଳିତ ହୋଇ ଭକ୍ତମାନଙ୍କ ନିକଟରୁ ପୂଜା ପାଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking