30.1 C
Bhubaneswar
Monday, May 6, 2024
Homeଅପରାଧନ୍ୟୁଡ୍ କଲ୍ ମାଧ୍ୟମରେ ସାଇବର ଠକେଇ ଅଭିଯୋଗ

ନ୍ୟୁଡ୍ କଲ୍ ମାଧ୍ୟମରେ ସାଇବର ଠକେଇ ଅଭିଯୋଗ

କଟକ : ନ୍ୟୁଡ୍ କଲ୍ କରି ଲୋକଙ୍କୁ ଠକୁଥିବା ଅଭିଯୋଗରେ କଟକ କମିଶନରେଟ୍ ପୁଲିସ ବୁଧବାର ରାଜସ୍ଥାନ ଭରତପୁର ଜିଲ୍ଲାରୁ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ନଗଦ ୧ ଲକ୍ଷ ଟଙ୍କା ଓ ବହୁ ମୋବାଇଲ୍ ଜବତ ହୋଇଛି । ଏମାନେ ନ୍ୟୁଡ୍ କଲ୍ କରି କଟକର ଜଣେ ବୟସ୍କ ଲୋକଙ୍କୁ ଠକିଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

ପୁଲିସ ସୂଚନା ଅନୁଯାୟୀ, ନ୍ୟୁଡ୍ କଲ କରି ଏମାନେ ବିଭିନ୍ନ ଲୋକଙ୍କୁ ବ୍ଲାକମେଲିଂ କରିବା ସହ ଲକ୍ଷାଧିକ ଟଙ୍କା ଲୁଟି ନିଅନ୍ତି । ସେହିଭଳି ଏମାନେ କଟକ ସହରରର ଜଣେ ବୟସ୍କ ବ୍ୟକ୍ତଙ୍କଠାରୁ ପ୍ରାୟ ୮ ଲକ୍ଷ ୫୦ ହଜାର ଟଙ୍କା ସାଇବର୍ ଠକେଇ କରିଥିଲେ । ଏନେଇ ଗତ ମାର୍ଚ୍ଚ ୨୨ତାରିଖରେ କଟକ ସାଇବର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପୁଲିସ ଏ ନେଇ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଥିବାବେଳେ ଏହି ଘଟଣାରେ ରାଜସ୍ଥାନ ଭରତପୁର ଜିଲ୍ଲାର ଲିଙ୍କ୍ ମିଳିଥିଲା ।

ଏହା ପରେ ପୁଲିସର ଗୋଟିଏ ଟିମ୍ ଭରତପୁର ଯାଇ ସେଠାରେ ୧୦ରୁ ୧୨ ଦିନ ରହି ଦୁଇ ସାଇବର ଠକ ମହମ୍ମଦ ଆଜାରୁଦ୍ଦିନ ଆନସାରୀ ଓରଫ ବିଲାଲ୍ ଓ ସାକିର ଖାନଙ୍କୁ ଧରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି । ଦୁଇ ଅଭିଯୁକ୍ତଙ୍କୁ କଟକରେ କୋର୍ଟରେ ହାଜର କରାଯାଇଥିଲା । ପରେ ପୁଲିସ୍ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି । ପୁଲିସ୍ ଦୁଇ ଅଭିଯୁକ୍ତଙ୍କଠାରୁ ନଗଦ ୧ ଲକ୍ଷ ଟଙ୍କା, ୧୬ଟି ମୋବାଇଲ ଫୋନ୍ ଓ ୨୦ଟି ସିମ୍ କାର୍ଡ ଜବତ କରିଛି ।

କଟକ ଡିପିସି ଶ୍ରୀ ମିଶ୍ରଙ୍କ କହିବା ଅନୁସାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ଗ୍ୟାଙ୍ଗ୍‌ରେ ୭ରୁ ୮ ଜଣ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି । ସେମାନେ ଆଉ କେଉଁ କେଉଁ ଅପରାଧରେ ସମ୍ପୃକ୍ତ ରହିଛନ୍ତି, ତାହା ଉପରେ ତଦନ୍ତ ଚାଲିଛି । ଗିରଫ ଅଭିଯୁକ୍ତମାନେ ଫେସ୍‌ବୁକରେ ପ୍ରଥମେ ବନ୍ଧୁତା ସ୍ଥାପନ କରୁଥିଲେ । ପରେ ମେସେଞ୍ଜର ଆପ୍ ମାଧ୍ୟମରେ ମୋବାଇଲ୍ ନମ୍ବର ହାତଉଥିଲେ । ତା’ପରେ ହ୍ୱାଟ୍ସଆପ୍‌ରେ ଚାଟିଂ କରୁଥିଲେ । କଥାବାର୍ତ୍ତା ସମୟରେ ନ୍ୟୁଡ୍ ଭିଡିଓ ଓ ଫଟୋ ପଠାଇ ବ୍ଲାକମେଲିଂ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking