36.1 C
Bhubaneswar
Sunday, May 19, 2024
Homeଓଡିଶାକୋଣାର୍କ ମନ୍ଦିରରେ ୨୭୧ଜଣ ଫଟୋଗ୍ରାଫରଙ୍କ ଜୀବନ ଜୀବିକା ମାମଲା; କେନ୍ଦ୍ର,ଏଏସ୍‌ଆଇ ଓ ଜିଲ୍ଲାପାଳଙ୍କୁ ନୋଟିସ୍‌

କୋଣାର୍କ ମନ୍ଦିରରେ ୨୭୧ଜଣ ଫଟୋଗ୍ରାଫରଙ୍କ ଜୀବନ ଜୀବିକା ମାମଲା; କେନ୍ଦ୍ର,ଏଏସ୍‌ଆଇ ଓ ଜିଲ୍ଲାପାଳଙ୍କୁ ନୋଟିସ୍‌

କୋଣାର୍କ : ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟରେ ଫଟୋ ଉଠାଇ ପେଟ ପୋଷୁଥିବା ପ୍ରାୟ ୨୭୧ ଫଟୋଗ୍ରାଫରଙ୍କୁ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ନୂଆ ଗାଇଡଲାଇନ୍ ଅନୁଯାୟୀ ମନ୍ଦିର ପରିସର ମଧ୍ୟକୁ ବାରଣ କରିବାକୁ ନେଇ ଏକ ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି କେନ୍ଦ୍ର ସରକାର,ଏଏସ୍‌ଆଇ ଡିଜି,ଏଏସ୍‌ଆଇ ପୁରୀ ସର୍କଲର ଅଧିକ୍ଷକ, ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲାପାଳଙ୍କୁ ନୋଟିସ୍ ଜାରି କରିଛନ୍ତି ।

ମଇ ୧୭ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ୍ ଦାଖଲ କରିବାକୁ କୁହାଯାଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ଓ ବିଚାରପତି ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବୈଦ୍ୟନାଥ ଗୋଚ୍ଛାୟତ ଓ ଅନ୍ୟମାନଙ୍କ ପକ୍ଷରୁ ଆଗତ ହୋଇଥିବା ରିଟ୍ ପିଟିସନର ଶୁଣାଣିକରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ ଗତ ଫନି ବାତ୍ୟା ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସର୍ବେକ୍ଷଣ କରାଯାଇ କୋଣାର୍କ ସୂର୍ଯ୍ୟମନ୍ଦିରରେ ପ୍ରାୟ ୨୭୧ ଜଣ ଫଟୋଗ୍ରାଫରଙ୍କୁ ଚିହ୍ନଟ କରାଯାଇ ସମସ୍ତଙ୍କୁ ୧୦ହଜାର ଟଙ୍କା ଲେଖାଏଁ ବାତ୍ୟା ସହାୟତା ପ୍ରଦାନ କରାଯାଇଥିଲା ।୨୦୧୭ରେ ଏଏସ୍‌ଆଇ ପକ୍ଷରୁ ନୂଆ ଗାଇଡ୍‌ଲାଇନ ଆସିଥିଲା ।

ଏଥିରେ ମନ୍ଦିର ଭିତରେ ଫୋଟୋଗ୍ରାଫି ପାଇଁ ସର୍ବନିମ୍ନ ମାଟ୍ରିକ ଶିକ୍ଷାଗତ ଯୋଗ୍ୟତା ବାଧ୍ୟତାମୂଳକ ହୋଇଥିବା ବେଳେ ସର୍ବାଧିକ ୬୮ ଜଣ ଫୋଟୋଗ୍ରାଫର ମନ୍ଦିର ଭିତରକୁ ଯାଇପାରିବେ ବୋଲି କୁହାଯାଇଥିଲା । ସେହିପରି ପର୍ଯ୍ୟଟନ ବିଭାଗ ପରିଚୟପତ୍ର ଦେଖାଇ କିଛି ଫୋଟୋଗ୍ରାଫର ମନ୍ଦିର ଭିତରକୁ ଯାଉଥିବାବେଳେ ହେଲେ ପରବର୍ତ୍ତୀ ସମୟରେ ଏହି ପରିଚୟପତ୍ରକୁ ପର୍ଯ୍ୟଟନ ବିଭାଗ ଅସ୍ୱୀକାର କରିଥିଲେ ଏବଂ ଏହା ତତ୍କାଳୀନ ପର୍ଯ୍ୟଟନ ଅଧିକାରୀଙ୍କ ଦ୍ୱାରା ବ୍ୟକ୍ତିଗତ ଭାବେ ଦିଆଯାଇଥିବା ସ୍ପଷ୍ଟ ହୋଇଥିଲା ।

ଏହି ତଥ୍ୟ ଜଣାପଡ଼ିବା ପରେ ଫୋଟୋଗ୍ରାଫରମାନଙ୍କୁ ଏଏସଆଇ ପକ୍ଷରୁ ଭିତରକୁ ଯିବାକୁ ବାରଣ କରାଯାଇଥିବାରୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ତାଲିକା ଅନୁଯାୟୀ ଅନୁମତି ଦେବାପାଇଁ ଏହି ମାମଲା ରୁଜୁହୋଇଛି । ଅଧିକନ୍ତୁ ମାଟ୍ରିକ ଶିକ୍ଷାଗତ ଯୋଗ୍ୟତା ଓ ସର୍ବାଧିକ ୬୮ ସଂଖ୍ୟା କିପରି ଓ କେଉଁ ଭିତ୍ତିରେ ସ୍ଥିରୀକୃତ ହେଲା, ତାହା ମଧ୍ୟ ଆବେଦନକାରୀଙ୍କ ପକ୍ଷରୁ ପ୍ରଶ୍ନ ଉଠାଯାଇଛି । ଆବେଦନକାରୀଙ୍କ ପକ୍ଷରୁ କୋଣାର୍କ ବାର୍ ଆସୋସିଏସନ୍ ସଭାପତି ଆଇନଜୀବୀ ଶ୍ରୀଜୟ କୁମାର ବରାଳ ଓ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking