38.1 C
Bhubaneswar
Friday, April 26, 2024
Homeଓଡିଶାପଡ଼ୋଶୀ ଭାଉଜଙ୍କୁ ପ୍ରେମ ପ୍ରତାରଣା କରି ଯୁବକ ଗିରଫ

ପଡ଼ୋଶୀ ଭାଉଜଙ୍କୁ ପ୍ରେମ ପ୍ରତାରଣା କରି ଯୁବକ ଗିରଫ

ବାଲେଶ୍ୱର: ସୋର ବ୍ଲକ ଦହିସଡା ପଞ୍ଚାୟତ ସୁଲତାନପୁର ଗ୍ରାମର ଜଣେ ଯୁବକ ତାଙ୍କ ପଡୋଶୀ ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୁଲିସ । ଅଭିଯୋଗ ଅନୁସାରେ ଏହି ଗ୍ରାମର ଗଜେନ୍ଦ୍ର ଖଟୁଆଙ୍କ ପୁଅ ଯଦୁନାଥ ଖଟୁଆ (୨୬) ତାଙ୍କ ପଡୋଶୀ ମାନସ ନାୟକଙ୍କ ସ୍ତ୍ରୀ ସସ୍ମିତା ନାୟକଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଏହି ସମୟ ମଧ୍ୟରେ ସସ୍ମିତା ଚାରିମାସର ଗର୍ଭବତୀ ଥିବା ବେଳେ ଯଦୁନାଥ ତାଙ୍କର ଗର୍ଭପାତ କରାଇଥିଲେ । କିନ୍ତୁ ଉଭୟ ଗତ ଫେବୃଆରୀ ମାସରେ ଘର ଛାଡ଼ି ପ୍ରଥମେ କଲିକତା, ଦିଲ୍ଲୀ ଏବଂ ପରେ ସେଠାରୁ ବମ୍ବେ ପଳାଇଥିଲେ । ସେଠାରେ ଉଭୟ ରହିଥିବା ବେଳେ ସସ୍ମିତା ୨ ମାସର ଗର୍ଭବତୀ ହୋଇଥିଲେ । ଫଳରେ ଯଦୁନାଥ ସସ୍ମିତାଙ୍କୁ ଗର୍ଭନଷ୍ଟ କରିବାକୁ ପ୍ରବର୍ତ୍ତାଇଥିଲେ । ସସ୍ମିତା ଏଥିରେ ରାଜି ନ ହୋଇ ଯଦୁନାଥଙ୍କୁ ବିବାହ କରି ତାଙ୍କ ଘରକୁ ନେବାକୁ ଜିଦ ଧରିବାରୁ ସେ ଏଥିରେ ରାଜି ନହେବାରୁ ଉଭୟ ସୋର ଫେରିଆସିଥିଲେ ।

ଏ ବାବଦରେ ସସ୍ମିତା ସୋର ଥାନାରେ ଦ୍ୱାରସ୍ତ ହେବାରୁ ଉଭୟ ପକ୍ଷ ଭଦ୍ରଲୋକଙ୍କ ସହ ଥାନାରେ ଆପୋଷ ବୁଝାମଣା ପାଇଁ ବସିଥିଲେ । କିନ୍ତୁ ଯଦୁନାଥ ବିବାହ କରି ତାଙ୍କ ଘରକୁ ନେବାକୁ ରାଜି ନ ହେବାରୁ ସସ୍ମିତା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଯଦୁନାଥକୁ ଥାନାରେ ଅଟକ ରଖିଥିଲେ । ସୋର ପୁଲିସ ଅଭିଯୋଗରେ ଏକ ମାମଲା ରୁଜୁ କରି ଯଦୁନାଥକୁ ବୁଧବାର ସକାଳେ ଗିରଫ କରି କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking