29.1 C
Bhubaneswar
Monday, May 6, 2024
Homeଓଡିଶାଝାଡ଼ାବାନ୍ତିରେ ଆକ୍ରାନ୍ତ ୨ ଜଣଙ୍କ ମୃତ୍ୟୁ

ଝାଡ଼ାବାନ୍ତିରେ ଆକ୍ରାନ୍ତ ୨ ଜଣଙ୍କ ମୃତ୍ୟୁ

ନିଶ୍ଚିନ୍ତକୋଇଲି : ଇଦ୍ ପର୍ବରେ ହୋଇଥିବା ବିରିଆନୀ କାଳ ହୋଇଛି । ବିରିଆନୀ ଖାଇ ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମପୁର ଗ୍ରାମପଞ୍ଚାୟତ ରସୁଲପୁର ଗ୍ରାମରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ଅକାଳରେ ମୃତ୍ୟୁବରଣ କରିବା ଘଟଣା ସାଧାରଣରେ ଶୋକର ଛାୟା ଖେଳାଇଦେଇଛି । ଜୟରାମପୁର ଗ୍ରାମପଞ୍ଚାୟତ ରସୁଲପୁର ଗ୍ରାମରେ ଇଦ୍ ପର୍ବ ଉପଲକ୍ଷେ ଅଧିକାଂଶ ସଂଖ୍ୟାଲଘୁ ସମ୍ପ୍ରଦାୟର ପରିବାରରେ ଭୋଜିଭାତର ବ୍ୟାପକ ଆୟୋଜନ କରାଯାଇଥିଲା ।

ତେବେ ଏହି ବିରିଆନୀ ଖାଇ ସ୍ଥାନୀୟ ଗ୍ରାମର କେତେକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ତେବେ ରସୁଲପୁର ଗ୍ରାମର ସେକ୍ କାମିଲ(୬୦) ଓ ବାନୋ ବିବି(୫୫)ଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଏହି ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଏହି ୨ବ୍ୟକ୍ତିଙ୍କ ଶବକୁ ରସୁଲପୁରକୁ ଅଣାଯାଇ ଇସଲାମ ଧର୍ମାନୁଯାୟୀ କବର ଦିଆଯାଇଥିଲା ।

ତେବେ ଏହି ଗ୍ରାମରେ ଆହୁରି ଅନେକଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି । ଆଜି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବ୍ରଜେନ୍ଦ୍ର ଦାସ, ଡାକ୍ତର ସୁଦିପ୍ତା ପରିଡା, ଡାକ୍ତର ପ୍ରଶାନ୍ତ ସାହୁଙ୍କ ସମେତ ଏକ ଡାକ୍ତରୀ ଟିମ୍ ରସୁଲପୁର ଗ୍ରାମକୁ ଯାଇ ସ୍ୱାସ୍ଥ୍ୟ ସମସ୍ୟା ପଚାରି ବୁଝିବା ସହ ଆଶୁଚିକିତ୍ସା କରିଥିଲେ । ଏହି ଘଟଣାଟି ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking