32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଏୟାର୍‌ଲାଇନ୍ସ ବିକିବେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ : କର୍ମଚାରୀଙ୍କ ଦରମା ପାଇଁ ଛାପିବେ ନୋଟ୍‌

ଏୟାର୍‌ଲାଇନ୍ସ ବିକିବେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ : କର୍ମଚାରୀଙ୍କ ଦରମା ପାଇଁ ଛାପିବେ ନୋଟ୍‌

କଲମ୍ବୋ : ଦେଶର ଅର୍ଥ ବ୍ୟବସ୍ଥାକୁ ସ୍ଥିର କରିବା ଏବଂ କ୍ଷତି ଭରଣା କରିବା ଉଦ୍ୟମ ସ୍ୱରୂପ ଶ୍ରୀଲଙ୍କାର ନୂଆ ସରକାର ଜାତୀୟ ଏୟାର୍‌ଲାଇନ୍ସକୁ ବିକିବା ଯୋଜନା କରୁଛନ୍ତି । ସେହିପରି ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ କର୍ତ୍ତୃପକ୍ଷଙ୍କୁ ନୋଟ୍ ଛାପିବାକୁ ବାଧ୍ୟ କରାଯାଉଛି । ଭୟଙ୍କର ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ରନିଲ୍ ବିକ୍ରମସିଂଘେ ଜାତୀୟ ବିମାନ କମ୍ପାନୀ ଶ୍ରୀଲଙ୍କା ଏୟାରଲାଇନ୍ସର ଘରୋଇକରଣ କରିବା ନିମନ୍ତେ ପ୍ରସ୍ତାବ ରଖିଛନ୍ତି ବୋଲି ସୋମବାର ଏକ ଟେଲିଭିଜନ୍ ସମ୍ବୋଧନରେ କହିଛନ୍ତି । କମ୍ପାନୀ ୨୦୨୧ ମାର୍ଚ୍ଚରେ ୧୨୪ ମିଲିୟନ୍ ଡଲାର୍ କ୍ଷତି କରିଛି ବୋଲି ସେ କହିଥିଲେ । ନୂତନ ଭାବେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ବିକ୍ରମସିଂଘେ ଦେଶ ଉଦ୍ଦେଶ୍ୟରେ ନିଜର ପ୍ରଥମ ସମ୍ବୋଧନରେ କହିଥିଲେ, ‘ମୋର ପ୍ରଥମ ପ୍ରସ୍ତାବ କ୍ଷତିରେ ଚାଲିଥିବା ଏୟାର୍‌ଲାଇନ୍ସର ଘରୋଇକରଣ କରାଯାଉ ।

ମିଡିଆ ରିପୋର୍ଟ ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷା ଏୟାରଲାଇନ୍ସର ମ୍ୟାନେଜମେଣ୍ଟ ଶେୟାର୍ ହୋଲ୍ଡର୍ ୟୁଏଇକୁ ବିଦା କରିବା ପରେ ଶ୍ରୀଲଙ୍କା ଏୟାର୍‌ଲାଇନ୍ସକୁ ବହୁ କ୍ଷତି ସହିବାକୁ ପଡ଼ିଥିଲା । ଗତ ସପ୍ତାହରେ ପ୍ରଧାମନ୍ତ୍ରୀ ନିଯୁକ୍ତ ହେବା ପରେ ୟୁନାଇଟେଡ୍ ନ୍ୟାସ୍‌ନାଲ୍ ପାର୍ଟି (ୟୁଏନ୍‌ପି) ନେତା ବିକ୍ରମସିଂଘେ (୭୩) ନିଜର ପ୍ରଥମ ଟେଲିଭିଜନ୍ ବାର୍ତ୍ତାରେ କହିଥିଲେ, ସରକାରୀ କର୍ମଚାରୀଙ୍କୁ ଦରମା ଦେବା ପାଇଁ ସେ ନୋଟ୍ ଛାପିବାକୁ ବାଧ୍ୟ ହେଉଛନ୍ତି, ଯାହା ଦେଶର ମୁଦ୍ରାକୁ ପ୍ରଭାବିତ କରିବ । ଦେଶ ପାଖରେ ମାତ୍ର ଗୋଟିଏ ଦିନର ପେଟ୍ରୋଲ୍ ରହିଛି ଏବଂ ସରକାର ଖୋଲା ବଜାର ଅଧିକ ଡଲାର୍ ହାସଲ ଉଦ୍ୟମରେ ରହିଛନ୍ତି ।

ଫଳରେ ରନ୍ଧନ ଗ୍ୟାସ୍‌, ଡିଜେଲ୍ ଓ ପେଟ୍ରୋଲ୍ ପାଇଁ ଶ୍ରୀଲଙ୍କା ସମୁଦ୍ରରେ ଥିବା ତିନିଟି କ୍ରୁଡ୍ ଅଏଲ୍ ବୋଝେଇ ଜାହାଜକୁ ଅର୍ଥ ପ୍ରଦାନ କରାଯାଇପାରିବ ବୋଲି ସେ କହିଥିଲେ । ସେହିପରି ସେ ଚେତାବନୀ ଦେଇ କହିଥିଲେ ଯେ ଆଗାମୀ ଦୁଇମାସ ବର୍ତ୍ତମାନର ଏହି ଆର୍ଥିକ ସଙ୍କଟର ସବୁଠୁ କଠିନ ସମୟ ହେବ । ଏହି ସଂକଟର ସମାଧାନ ଖୋଜିବା ପାଇଁ ଆମକୁ ଅତିଶୀଘ୍ର ସମସ୍ତ ରାଜନୈତିକ ଦଳଙ୍କୁ ନେଇ ଏକ ଜାତୀୟ ଆସେମ୍ବ୍ଲି ସ୍ଥାପନ କରିବାକୁ ହେବ ବୋଲି ବିକ୍ରମସିଂଘେ କହିଛନ୍ତି । ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷାଙ୍କ ବିକାଶ ବଜେଟ୍ ସ୍ଥାନରେ ଏକ ନୂଆ ରିଲିଫ୍ ବଜେଟ୍ ଘୋଷଣା କରିବା ନିମନ୍ତେ ବିକ୍ରମସିଂଘେ ତାଙ୍କ ଉଦ୍‌ବୋଧନରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking