37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶକୁତବ୍ ମୀନାର୍ ଶୁଣାଣି ମେ’ ୨୪କୁ ଘୁଞ୍ଚିଲା

କୁତବ୍ ମୀନାର୍ ଶୁଣାଣି ମେ’ ୨୪କୁ ଘୁଞ୍ଚିଲା

ନୂଆଦିଲ୍ଲୀ: କୁତବ୍ ମୀନାର୍ ପରିସରରେ ଥିବା ଏକ ବିବାଦୀୟ ମନ୍ଦିର କମ୍ପେ୍ଲକ୍ସର ମତାମତି ପାଇଁ କରାଯାଇଥିବା ଆବେଦନର ଶୁଣାଣିକୁ ଦିଲ୍ଲୀ ସାକେତ୍ କୋର୍ଟ ଆଗାମୀ ୨୪ ତାରିଖକୁ ସ୍ଥଗିତ ରଖିଛନ୍ତି । କୁତବ୍ ମୀନାର୍ ପରିସରେ ଥିବା କୁୱାତ୍‌-ଉଲ୍‌-ଇସ୍‌ଲାମ ମସ୍‌ଜିଦ୍ ୨୭ଟି ହିନ୍ଦୁ ଓ ଜୈନ ମନ୍ଦିର ଉପରେ ନିର୍ମିତ ହୋଇଛି ବୋଲି ବୋଲି କୋର୍ଟରେ ଆଗତ ପିଟିସନ୍‌ରେ କୁହାଯାଇଛି । ଜୈନ୍ ଦେବତା ତୀର୍ଥଙ୍କର ଭଗବାନ ଋଷଭ ଦେବ ଏବଂ ହିନ୍ଦୁ ଦେବତା ଭଗବାନ ବିଷ୍ଣୁଙ୍କ ପକ୍ଷରୁ ଆବେଦନକାରୀ ଏହି ପିଟିସନ୍ କରିଛନ୍ତି । ଭାରତର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ସହିତ ସମ୍ବିଧାନର ଧାରା ୨୫ ଓ ୨୬ରେ ପଦତ୍ତ ଧାର୍ମିକ ଅଧିକାରର ସୁରକ୍ଷା ନିମନ୍ତେ ମନ୍ଦିର କମ୍ପେ୍ଲକ୍ସର ମରାମତି କରାଯିବା ପାଇଁ ପିଟିସନ୍‌ରେ କୁହାଯାଇଛି । ଏଥିରେ ଆହୁରି କୁହାଯାଇଛି କୁତୁବ୍‌-ଦିନ୍‌-ଆଇବାକ୍ ଏହି ମନ୍ଦିରଗୁଡ଼ିକୁ ଭାଙ୍ଗି ସେଠାରେ ନିଜ ନାମରେ ଏକ ମସ୍‌ଜିଦ୍ ନିର୍ମାଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking