30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ମହଙ୍ଗା ମାଡରୁ ନିସ୍ତାର ନାହିଁ । କ୍ରମାଗତ ଭାବରେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ପୂର୍ବରୁ ତୈଳ ଦର ରେକର୍ଡ ସ୍ତରରେ ଥିବା ବେଳେ ଏବେ ପୁଣି ଏଥିରେ ବୃଦ୍ଧି ପାଇଛି । ଲୋକଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡିଛି । ସାଧାରଣ ଲୋକଙ୍କ ଜୀବନ ଶୈଳୀରେ ବାଧାପ୍ରାପ୍ତ ହେଉଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦର ୩୫ ପଇସା ମହଙ୍ଗା ହୋଇଛି । ଫଳରେ ରାଜଧାନୀରେ ପେଟ୍ରୋଲର ଲିଟର ପିଛା ୧୦୫.୧୪ ଟଙ୍କା ଓ ଡିଜେଲର ଦାମ ୯୩.୮୭ ଟଙ୍କାରେ ପହଞ୍ଚିଛି ।

ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ଲିଟର ପିଛା ୩୪ ପଇସା ବଢିଛି । ଯାହାକି ୧୧୧.୦୯ରେ ପହଞ୍ଚିଛି । ଏଠାରେ ଡିଜେଲ ୩୮ ପଇସା ମହଙ୍ଗା ହୋଇଛି । ସେହିପରି ମୁମ୍ବାଇରେ ଡିଜେଲ ଲିଟର ପିଛା ୧୦୧.୭୮ ଟଙ୍କାକୁ ଛୁଇଁଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର ୧୦୨.୦୪ ଟଙ୍କା ଓ କୋଲକାତାରେ ୧୦୫.୭୭ ଟଙ୍କା ହୋଇଛି । ସେହିପରି ଏହି ଦୁଇଟି ସହରରେ ଡିଜେଲର ଦର ୯୮.୨୬ ଓ ୯୬.୯୮ ଟଙ୍କାରେ ବିକ୍ରି ହେଉଛି ।

ସେପଟେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଓ ଡିଜେଲରେ ଦାମ ସାମାନ୍ୟ ହ୍ରାସ ପାଇଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ଲିଟର ପିଛା ୧୧ ପଇସା ଶସ୍ତା ହୋଇଛି । ଫଳରେ ପେଟ୍ରୋଲ ୧୦୫.୯୦ ଟଙ୍କା ଓ ଡିଜେଲ ୧୦୨.୨୨ ଟଙ୍କାରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking