28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆତଙ୍କୀ ହାମଲାରେ ଜଣେ ଜେସିଓ ଓ ଜଣେ ଯବାନ ସହିଦ

ଆତଙ୍କୀ ହାମଲାରେ ଜଣେ ଜେସିଓ ଓ ଜଣେ ଯବାନ ସହିଦ

ଶ୍ରୀନଗର : ପୁଞ୍ଚ ସେକ୍ଟରରେ ପୁଣି ଆତଙ୍କୀ ହମ୍‌ଲା। ଗତକାଲି ଠାରୁ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି ଯବାନ । ସମ୍ପ୍ରତି ସେନା ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଚି। ଏହି ଅଭିଯାନ ଯୋଗୁଁ ଜମ୍ମୁ -ପୁଞ୍ଚ୍‌-ରାଜୌରି ରାଜପଥ ବନ୍ଦ ରହିଛି। ଗୁରୁବାର ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲାରେ ଆତଙ୍କବାଦୀ ଦମନ ଅଭିଯାନ ସମୟରେ ସାଙ୍ଘାତିକ ଆହତ ହୋଇଥିବା ଜଣେ ଜେସିଓ ଓ ଯବାନ୍‌ ସହିଦ ହୋଇଛନ୍ତି।

ସେନାର ଜଣେ ମୁଖପାତ୍ର କହିଛନ୍ତି, ପୁଞ୍ଚ୍‌ ଜିଲ୍ଲାର ମେନ୍ଧର୍‌ ସବ୍‌ ଡିଭିଜନ୍‌ ଅନ୍ତର୍ଗତ ନର୍‌ ଖାସ୍‌ ଅରଣ୍ୟ ଅଞ୍ଚଳରେ ଚାଲିଥିବା ଏହି ଆତଙ୍କବାଦୀ ପ୍ରତିମୁକାବିଲା ଅଭିଯାନରେ ଅକ୍ଟୋବର ୧୪ ସନ୍ଧ୍ୟା ସମୟରୁ ସେନା ଯବାନ୍‌ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ସେହିପରି ଏହି ଗୁଳି ବିନିମୟ ସମୟରେ ଜଣେ ଜେସିଓ ଏବଂ ଜଣେ ଯବାନ୍‌ ଆହତ ହୋଇଥିଲେ। ଅଭିଯାନ ଏବେ ମଧ୍ୟ ଚାଲିଛି। ପଛକୁ ପଛ ସଦ୍ୟତମ ସୂଚନା ଦିଆଯିବ। ସୂଚନା ଯେ, ଗତ ୧୦ ତାରିଖ ବିଳମ୍ବିତ ରାତ୍ରୀରେ ଯେଉଁ ଆତଙ୍କବାଦୀ ଦଳ ନିରାପତ୍ତା ବଳଙ୍କ ଉପରେ ଗୁଳି ଚଳାଇଥିଲେ ଏବେ ସେହି ଆତଙ୍କବାଦୀମାନଙ୍କ ସହ ଗୁଳି ବିନିମୟ ଚାଲିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ୧୦ ତାରିଖ ଦିନ ପୁଞ୍ଚ୍‌ ଜିଲ୍ଲାର ସୁରନକୋଟ୍‌ ଅଞ୍ଚଳର ଡେରା କି ଗଲି ଅଞ୍ଚଳରେ ଗୁଳି ବିନିମୟ ସମୟରେ ଜଣେ ସେନା ଅଧିକାରୀ ଏବଂ ୪ଜଣ ଯବାନ ସହିଦ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking