26.1 C
Bhubaneswar
Wednesday, May 8, 2024
Homeଓଡିଶାମାଓ ନେତା ଆର୍.କେ ମୃତ

ମାଓ ନେତା ଆର୍.କେ ମୃତ

ଭୁବନେଶ୍ୱର : ବରିଷ୍ଠ ମାଓନେତା ଆକ୍କିରାଜୁ ହରଗୋପାଲ ଓରଫ ରାମକ୍ରିଷ୍ଣା ଓରଫ ଆର୍.କେ.ର ମୃତ୍ୟୁ ହୋଇଥିବା ଜଣାପଡିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସେଣ୍ଟ୍ରାଲ କମିଟି ସଦସ୍ୟ ଆର.କେ ଦୀର୍ଘ ଦିନ ଧରି ଅଜଣା ରୋଗରେ ପୀଡିତ ଥିଲେ । ଛତିଶଗଡ ଦକ୍ଷିଣ ବସ୍ତର ଜଙ୍ଗଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମୃତ୍ୟୁ ବେଳକୁ ତାକୁ ୫୮ ବର୍ଷ ବୟସ ହୋଇଥିଲା । ତେବେ ଆର.କେ ନାଁରେ ଅନେକ ରାଜ୍ୟରେ ମାମଲା ରୁଜୁ ହୋଇଥିବା ବେଳେ ତା ଉପରେ ୯୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ । ଆକ୍ଟୋବର ୨୦୧୬ରେ ଓଡ଼ିଶାର ମାଲକାନଗିରି ସୀମାନ୍ତ ଜିଲ୍ଲାର ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିମାଡରେ ଆର.କେ ଆହତ ହୋଇଥିଲା । କିନ୍ତୁ ପରେ ସେ ସୁରକ୍ଷିତ ଥିବା ନେଇ ମାଓବାଦୀଙ୍କ ପକ୍ଷରୁ ଖବର ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking