31.1 C
Bhubaneswar
Sunday, May 19, 2024
Homeଓଡିଶାଅଜଣା ଗାଡି ଧକାରେ ଚାଲିଗଲା ଜୀବନ

ଅଜଣା ଗାଡି ଧକାରେ ଚାଲିଗଲା ଜୀବନ

ବୌଦ୍ଧ : ଅଜଣା ଗାଡି ଧକ୍କାରେ ଗଲା ଦୁଇ ସଙ୍ଗାତଙ୍କ ଜୀବନ । ମୃତକ ହେଲେ ମୁଶାଡ଼ ଗ୍ରାମର ଝାଣ୍ଟୁ ଚରଣ ବେହେରା ଓ ବ୍ରାହ୍ମଣଗାଁ ର ଝାଣ୍ଟୁ ଭୋକ୍ତା । ଖୋର୍ଦ୍ଧା -ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସ୍ଥିତ ଲଇଗାଁ ଗାଁ ଛକରେ ଘଟିଛି ଦୁର୍ଘଟଣା । ବୌଦ୍ଧ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ସ୍ଥିତ ଲଇଗାଁ ଛକ ଠାରେ ବିଳମ୍ବିତ ରାତିରେ ଦୁଇ ସଙ୍ଗାତ ବୌଦ୍ଧ ପଟୁ ନିଜ ଘରକୁ ଫେରୁଥିବା ବେଳେ ବିପରିତ ଦିଗରୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଦୁଇ ସଙ୍ଗାତ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଖବର ପାଇ ବୌଦ୍ଧ ପୋଲିସ ପହଁଚି ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବାବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ଉଭୟଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ଅନ୍ୟପଟେ ପୋଲିସ ଦୁର୍ଘଟଣା ଘଟାଇ ଫେରାର ମାରିଥିବା ଗାଡିକୁ ଧରିବାକୁ ପ୍ରୟାସ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking