28.1 C
Bhubaneswar
Saturday, April 27, 2024
Homeଅପରାଧପୁଣି ଜଳେଶ୍ୱରରୁ ୨ କୋଟି ଟଙ୍କାର ଧଳାଜହର ଜବତ, ୨ ଗିରଫ

ପୁଣି ଜଳେଶ୍ୱରରୁ ୨ କୋଟି ଟଙ୍କାର ଧଳାଜହର ଜବତ, ୨ ଗିରଫ

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳରୁ ଗତକାଳି ସନ୍ଧ୍ୟାରେ ପୁଣି ୨ କିଗ୍ରାରୁ ଊଦ୍ଧ୍ୱର୍ ବ୍ରାଉନସୁଗର ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ହେବ । ଏଥିରେ ସମ୍ପୃକ୍ତ ଜଣେ ମହିଳା ଓ ଜଣେ ଯୁବକକୁ ପୁଲିସ ଗିରଫ କରିଛି । ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତିରେ ସ୍ଥାନୀୟ ପୁଲିସ ଓ ଅବକାରୀ ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲେ । ଆମେନା ବିବି ଓ ଏସକେ ରଫିକ୍‌ ଘରେ ପୁଲିସ ଚଢ଼ଉ କରି ୨ କିଗ୍ରାରୁ ଊଦ୍ଧ୍ୱର୍ ବ୍ରାଉନସୁଗର ଜବତ କରିଛି।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଅଞ୍ଚଳ ସାରା ରାଜ୍ୟରେ ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ବେଳେ ପୋଲିସ ଓ ଅବକାରୀ ଏବଂ ଏସଟିଏଫର ଏହି ଅଞ୍ଚଳରେ କଡା ନଜର ରଖିଛି। ଗତାକାଲି ସନ୍ଧ୍ୟା ସମୟରେ ଜଳେଶ୍ଵର ଥାନା ଅଞ୍ଚଳରେ ଥିବା ରାଜପୁର ବସ୍ତିରେ ଧଳାଜହର କାରବାର ନେଇ ଏସ୍‌ଟିଏଫ୍ ଟିମ୍ ସୂଚନା ମିଳିଥିଲା। ଏହା ପରେ ବସ୍ତିରେ ସ୍ଥାନୀୟ ପୁଲିସ ଓ ଅବକାରୀ ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲେ। ଜଣଙ୍କୁ ଘର ଭିତରୁ ୨ କେଜିରୁ ଉର୍ଦ୍ଧ୍ବର ବ୍ରାଉନସୁଗାର ଜବତ କରିଥିବା ବେଳେ ଏହି ମାମଲାରେ ସଂପୃକ୍ତି ଜଣେ ମହିଳା ଓ ଜଣେ ଯୁବକଙ୍କୁ ଏସ୍‌ଟିଏଫ୍ ଟିମ୍ ଅଟକ ରଖି ପଚରା ଉଚାରା କରୁଛି। ତେବେ ଏହି ମାମଲାରେ ସଂପୃକ୍ତି ଥିବା ଅନ୍ୟ ଅଭିଯୁକ୍ତ ଖୋଜୁଛି ପୁଲିସ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking