35.1 C
Bhubaneswar
Wednesday, May 8, 2024
Homeଓଡିଶାଯାଜପୁର ଜିଲ୍ଲାରେ ମରୁଡ଼ିର ପଦଧ୍ୱନି

ଯାଜପୁର ଜିଲ୍ଲାରେ ମରୁଡ଼ିର ପଦଧ୍ୱନି

ଯାଜପୁର : ଯାଜପୁର ଜିଲ୍ଲାରେ ଚାଷ ଉପଯୋଗୀ ବର୍ଷା ନ ହେବା ଫଳରେ ସମଗ୍ର ଜିଲ୍ଲାରେ ମରୁଡ଼ିର ପଦ ଧ୍ୱନି ଦେଖା ଦେଇଛି l ମାଳିକା ବଚନ ସତ୍ୟ ହେଉଛି ବର୍ଷା ଚାଷୀ ମାନଂକୁ ଦାଉ ସାଜିଛି l ଆକାଶରେ କଳାହାଣ୍ଡିଆ ବର୍ଷା ଘୋଟିଆସୁଛି ଫର ଫର ବର୍ଷି ଚାଲିଯାଉଛି ଭୂମି ଶୁଖିଲା ପଡିଛି l କଥା ଅଛି ହାଣ୍ଡିଆ ଆଷାଢ଼ ଧରା ଶ୍ରାବଣ କିନ୍ତୁ ଏହି କଥା ଏବେ ପ୍ରତିଫଳିତ ହେଉ ନାହିଁ ମାଳିକାରେ ଉଲ୍ଲେଖ ଅଛି ଶ୍ରାବଣ ମାସ ଫାଟିବ ଭୂମି ଏହି ବାଣୀ ସତ୍ୟ ହେବାକୁ ଯାଉଛି କଳି ଯୁଗ ଶେଷର ଆଭାସ ମିଳିଛି କରୋନା ବିଭୀଷିକା ଦେଖା ଯାଇଥିଲା ବେଳ ମୁରୁଡି ପରିସ୍ଥିତିର କରାଳ ରୂପ ଦେଖା ଯିବାର ଆଭାସ ମିଳିଲାଣି ଚାଷୀ କୁଳ ହତାଶ l ବିଲରେ ଧାନ ତଳି ପକାଇ ବସିଛନ୍ତି l ବେଉଷଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ ଖରାରେ ତଳି ଗୁଡିକ ଜଳି ଗଲାଣୀ ଶହ ଏକର ଚାଷ ଜମି ପଡିଆ ପଡିଛି l କୋରେଇ, ଦାନଗଦି, ଅଞ୍ଚଳ ଚାଷ ଉପଯୋଗୀ ବର୍ଷା ନ ହେବାରୁ ବିଶେଷ ପ୍ରଭାବିତ l

ସମଗ୍ର ଜିଲ୍ଲାରେ ଚାଷ ଉପଯୋଗୀ ବର୍ଷା ନାହିଁ କେନାଲ ଥିବା ଅଞ୍ଚଳ ରେ ଚାଷ କାର୍ଯ୍ୟ ଚାଲିଛି କିନ୍ତୁ ଧାନ ଚାଷ ବେଉଷଣ ମଧ୍ୟ ବାଧା ପ୍ରାପ୍ତ ହୋଇଛି ପାଣି ପାଗ ସୂଚନା ଅନୁ ସାରେ ଚାଷୀ ମାନଙ୍କ ମନ ରେ ଆନଂଦ ଭରି ଥିଲା l ପାଣି ପାଗ ବିଭାଗ ମୌସୁମୀ ତଥ୍ୟକୁ ଚାଷୀ ଆଉ ବିଶ୍ୱାସ କରୁନାହାନ୍ତି l ଜିଲ୍ଲାରେ ଥିବା ୭୫ ଭାଗ ଉଠାଜଳସେଚନ ପଏଣ୍ଟ ଅଂଚଳ ହୋଇ ପଡିଛି ଏହା ବେତିତ ଜିଲ୍ଲା ରେ ଥିବା ମାଇନର ଇରିଗେସନ ରେ ପାଣି ଆସୁ ନାହିଁ ଜିଲ୍ଲା ରେ ପ୍ରାୟ 2ହଜାର ରୁ ଉର୍ଦ୍ଧ କ୍ଷୁଦ୍ରଜଳ ସେଚନ ଯୋଜନା ରହିଛି ପ୍ରତି ବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରା ଯାଉଛି ଠିକା ଦାର ପୋଷିବା ପାଇଁ ଏହି ଯୋଜନାରେ ଅର୍ଥ ପୋଷିବା ପାଇଁ ମରାମତି ନାମରେ ଅନୁଦାନ ହରି ଲୁଟୁ କରା ଯାଉଛି କିନ୍ତୁ ଚାଷୀ ଙ୍କ କାର୍ଯ୍ୟ କାମ ଲାଗୁ ନାହିଁ l. ସାତ ଦିନ ରେ ଭିତରେ ଚାଷ ଉପ ଯୋଗୀ ବର୍ଷା ନ ହେଲେ ସମଗ୍ର ଜିଲ୍ଲା ରେ ମରୁଡି ର ପରିସ୍ଥିତି ଉପୁଜିବ ଏଥି ରେ ତିଳେ ହେଲେ ସନ୍ଦେହ ନାହିଁ lପ୍ରଶାସନ ଓ ସରକାର ଚୂପୁ ହୋଇ ବସି ଛନ୍ତି ଚାଷୀ ଙ୍କ ସମସ୍ୟା କୁ ଇ କାନ ରେ ପୁରାଇ ସେ କାନ ବାହାର କରି ପଂଚାୟତ ନିର୍ବାଚନ ରେ ଭୋଟ ମିଳିବା ପାଇଁ ଦଳ ରେ ମିଶ୍ରଣ ପର୍ବ ରେ ବେସ୍ତ ରହୁ ଛନ୍ତି ଚାଷୀ ଙ୍କ ଭାଗ୍ୟ ଦଇବ ହାତରେ ବିଭିନ୍ନ ଶିବ ମନ୍ଦିର ରେ ବର୍ଷା ପାଇଁ ପୂଜା ଅର୍ଚନା ଚାଲିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking