28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗବନ୍ୟା ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି

ବନ୍ୟା ପରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି

ଯାଜପୁର: ଯାଜପୁର ଜିଲା ବରୀ ବ୍ଲକରେ ହୋଇଥିବା ବନ୍ୟା ପରେ ରିଲିପଂ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାସହୀନ ହୋଇଥିବା ପରିବାରକୁ ପ୍ରଶାସନ ପକ୍ଷରୁ ପଲିଥିନ ପ୍ରଦାନ କରାଯାଉଛି । କିନ୍ତୁ ଏହି ପଲିଥିନ ପ୍ରଦାନ ସମୟରେ କେତେକ ସ୍ଥାନରେ ଗଣ୍ଡଗୋଳ ହେଉଥିବା ଦେଖିବାକୁ ମିଳିଛି । ପ୍ରକୃତ କ୍ଷତିଗ୍ରସ୍ତ ମାନଙ୍କୁ ଏହି ପଲିଥିନ ପ୍ରଦାନ କରାଯିବାକୁ ଥିବା ବେଳେ କେତେକ ରାସନକାର୍ଡ ଧାରୀ ପଲିଥିନ ନେବାକୁ ଜିଦ ଧରୁଛନ୍ତି । ଯାହାକୁ ନେଇ ସରକାରୀ ଅଧିକାରୀ ଏବଂ ବନ୍ୟା ବିପନ୍ନଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ପଲିଥିନ ପ୍ରଦାନ ସମୟରେ କୌଣସି ରାସନ କାର୍ଡ ଅନୁଯାୟୀ ପ୍ରଦାନ କରାଯାଉନାହିଁ ବୋଲି ଯାଜପୁର ଜିଲାପାଳ ସ୍ପଷ୍ଟ କରିଦେଇଛନ୍ତି । ଯେଉଁମାନଙ୍କ ର ବାସଗୃହ ନଷ୍ଟ ହୋଇଯାଇଛି ସେମାନଙ୍କୁ କେବଳ ପଲିଥିନ ପ୍ରଦାନ କରାଯିବ ଏଥିରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking