29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗସାର କଳାବଜାରୀ କୁ ନେଇ କଂଗ୍ରେସ ର ବିକ୍ଷୋଭ

ସାର କଳାବଜାରୀ କୁ ନେଇ କଂଗ୍ରେସ ର ବିକ୍ଷୋଭ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ୟୁରିଆ ସାର ଯୋଗାଣରେ ବ୍ୟାପକ ଅନିୟମିତତା ଓ ଅବ୍ୟବସ୍ଥା ଲାଗି ରହିଛି । ତେଣୁ ଏହାର ପ୍ରତିକାର ଦାବୀରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବଲାଙ୍ଗିର ଜିଲ୍ଲାରେ ମାତ୍ର ୩ ପ୍ରତିଶତ ସୁନିଶ୍ଚିତ ଜଳସେଚନର ବ୍ୟବସ୍ଥା ରହିଛି । ଚାଷୀମାନେ କେବଳ ମୌସୁମୀ ବର୍ଷା ଉପରେ ନିର୍ଭର କରି ଚାଷ କରିଥାନ୍ତି । ତେବେ ଫସଲ ଅମଳ ସମୟରେ ୟୁରିଆ ସାରର ଆବଶ୍ୟକତା ରହିଥିବା ବେଳେ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଇ ଦିଆ ଯାଉନାହିଁ । ସାର ଯୋଗାଣରେ ବ୍ୟାପକ ଅନିୟମିତତା ହେଉଥିବା ବେଳେ ବ୍ୟାପକ ପରିମାଣରେ ସାର କଳାବଜାରୀ କରାଯାଉଛି । କଳାବଜାରୀଙ୍କ ଠାରୁ ଚାଷୀ ସାର କିଣି ବହୁଳ ଭାବେ କ୍ଷତିଗ୍ରସ୍ତ ହେଉଛି । ଚାଷୀମାନେ କୃଷି ବିଭାଗ ତଥା ସମବାୟ ସମିତି ପାଖକୁ ଦୌଡିଦୌଡି ନୟାନ୍ତ ହୋଇ ପଡୁଛନ୍ତି । ଦଳ ତରଫରୁ କୁହାଯାଇଛି ଯେ, ସ୍ଥାନୀୟ ବିଧାୟକ କିଛି ଦିନ ପୂର୍ବରୁ ୟୁରିଆ ସାରକୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ସମୀକ୍ଷା ପରେ ସାର ଗଚ୍ଛିତ ରହୁଥିବା ଗୋଦାମ ପରିଦର୍ଶନ କରାଯାଇଥିଲା । କିନ୍ତୁ ଏହି ଗୋଦାମ ଗୁଡିକରେ ବ୍ୟାପକ ଅନିୟମିତତା ବାରି ହୋଇ ପଡିଥିଲା । ଏଥିରୁ ଜଣାପଡୁଛି ଯେ, ଏହି କଳାବଜାରୀରେ କୃଷି ବିଭାଗ ଅଧିକାରୀମାନେ ସିଧାସଳଖ ସମ୍ପୃକ୍ତ ରହିଛନ୍ତି । କୃଷି ବିଭାଗ ତରଫରୁ ସରାକରୀ ଦରରେ ସାର ସେବା ସମବାୟ ସମିତିମାନଙ୍କୁ ଯୋଗାଣ ହୋଇଥାଏ । କିନ୍ତୁ ଯେତେ ପରିମାଣରେ ସାର କୃଷି ବିଭାଗ ତରଫରୁ ଯାଇଥାଏ ସମବାୟ ସମିତିମାନଙ୍କ ପାଖରେ ପହଂଚିଲା ବେଳକୁ କମି ଯାଇଥାଏ । ଏହାର ଉଦାହରଣ ହେଲା ଭୁଣ୍ଡିମୁହାଣ ସମବାୟ ସମିିତି । କୃଷି ବିଭାଗ ତରଫରୁ ଏଠାକୁ ୨୦୦ ପ୍ୟାକେଟ ୟୁରିଆ ସାର ପଠା ଯାଇଥିଲା । କିନ୍ତୁ ସେଠାରେ ପହଂଚିଲା ବେଳକୁ ତାହା ୧୮୦ ପ୍ୟାକେଟ ହୋଇ ଯାଇଥିଲା । ଏହା ସହିତ ଏଥିରୁ ମାତ୍ର ୪୦ ପ୍ୟାକେଟ ସାର ବିକ୍ରି କରାଯାଇ ବାକି ଗାଏବ କରି ଦିଆଯାଇଥିଲା । ତେଣୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, କୃଷି ବିଭାଗ ଅଧିକାରୀ, ସେବା ସମବାୟ ସମିତି ଅଧିକାରୀ ଓ ସାର ହୋଲସେଲରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଲାଗି ରହିଛି । ଏମାନେ ହିଁ ସାର କଳାବଜାରୀ କରୁଛନ୍ତି । ତେଣୁ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ଦାବୀ କରିଛି । ବଲାଙ୍ଗିର ସହରରେ ଦୀର୍ଘବର୍ଷ ହେଲା ଜଣେ ସାର ହୋଲସେଲର ରହିଛନ୍ତି ଓ ଚାଷୀମାନଙ୍କୁ ଶୋଷଣ କରି ଆସୁଛନ୍ତି । ତାଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦଳ ଦାବୀ କରିଛି । ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା କଂଗ୍ରେସ ଉପ ସଭାପତି ମନିଷ ମିଶ୍ର, ନଗର କଂଗ୍ରେସ ସଭାପତି, ସେବାଦଳ ମୁଖ୍ୟ ଅସୀତ ମିଶ୍ର ଓ ଜିଲ୍ଲା କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking