28.1 C
Bhubaneswar
Saturday, April 27, 2024
Homeଓଡିଶାସାତ ବର୍ଷ ପରେ ଘରକୁ ଫେରିଲା ନାବାଳିକା

ସାତ ବର୍ଷ ପରେ ଘରକୁ ଫେରିଲା ନାବାଳିକା

 
ରାଉରକେଲା : ଶୀତଲପଡ଼ା ବସ୍ତି  ପରିବା ବ୍ୟବସାୟୀ ବିପ୍ର ସାହୁଙ୍କ ଝିଅ ଦୀର୍ଘ ୭ ବର୍ଷ ପରେ ଘରକୁ ଫେରିଛି । ୭ ବର୍ଷ ପୂର୍ବେ   ରାଉରକେଲାରୁ ନିଖୋଜ ହୋଇଥିବା ନାବାଳିକାକୁ ପୁରୀ ଚାଇଲ୍ଡ ଲାଇନ ଉଦ୍ଧାର କରି  ଶିକ୍ଷା ପ୍ରଦାନ କରୁଥିଲେ ।  ବିପ୍ରଙ୍କ କହିବା ଅନୁୂସାରେ , ସେ  ଟ୍ରାଫିକ ଗେଟ ଅଞ୍ଚଳରେ ପରିବା ବ୍ୟବସାୟ କରନ୍ତି ।   ତାଙ୍କ ଘର ବ୍ରହ୍ମପୁର ପୁରୁଷୋତ୍ତମ ପୁର ଗାଙ୍ଗଦେଉଳ । ଦୀର୍ଘ ବର୍ଷରୁ ସେ ରାଉରକେଲାର ରହିଆସୁଛନ୍ତି । ତେବେ ୭ ବର୍ଷ ପୂର୍ବେ ତାଙ୍କ  ଦ୍ୱିତୀୟ ଝିଅ ସୁନୀତା(୧୦)  ଘର ନିକଟରୁ ନିଖୋଜ ହୋଇଯାଇଥିଲେ ।  ସୁନୀତାଙ୍କ ମାନସିକ ଅବସ୍ଥା ଖରାପ ଥିଲା । ତେଣୁ ତାଙ୍କୁ  ବହୁତ ଖୋଜାଖୋଜି ପରେ ପତ୍ତା ମିଳି ନ ଥିଲା । ତେବେ କିଛି  ଦିନ ପୂର୍ବରୁ  ବିପ୍ରଙ୍କ ପୁତୁରା ସୁନୀତାର ଫଟୋ ନେଇ  ପୁରୀର ଏକ ମହିଳା ସମିତି ନିକଟରେ  ଛାଡ଼ି ଆସିଥିଲେ । ପରେ ଏହାକୁ ମାଧ୍ୟମ କରି ବିପ୍ରଙ୍କ ଠିକଣା ଯୋଗାଡ଼ କରି ଯୋଗାଯୋଗ କରାଯାଇଥିଲା ।  କିଛି ଦିନ ପୂର୍ବେ ବିପ୍ରଙ୍କୁ ପୁରୀ ଚାଇଲ୍ଡ ଲାଇନ ପକ୍ଷରୁ ଫୋନ ଆସିଥିଲା । ସୁନୀତା ସେମାନଙ୍କ ପାଖରେ ଥିବା ଜଣାଇ ଦିଆଯାଇଥିଲା । କାଳବିଳମ୍ବ ନ କରି  ବିପ୍ର ଦୌଡ଼ି ଯାଇଥିଲେ ପୁରୀକୁ  । ସେଠାରେ ଝିଅକୁ ପାଇ ଆନନ୍ଦିତ ହୋଇଥିଲେ । ତେବେ ଏହା ମଧ୍ୟରେ ଝିଅ ସୁନୀତା ୧୭ ବର୍ଷରେ ପଦାର୍ପଣ କରିଛି  । ପୁରୀ ଚାଇଲ୍ଡ ଲାଇନ ପକ୍ଷରୁ ସୁନୀତାଙ୍କୁ ଶିକ୍ଷାପ୍ରଦାନ କରାଯାଉଥିଲା । ସେ ସମ୍ପ୍ରତି ୧୦ ମ ଶ୍ରେଣୀରେ ପଢ଼ୁଛନ୍ତି । ଏପରି  ଝିଅକୁ ୭ ବର୍ଷ ପରେ ପାଇ ବିପ୍ର ନିଜ ଖୁସି ଜାହିର କରିଛନ୍ତି । ଅପରପକ୍ଷରେ ରାଉରକେଲା ଚାଇଲ୍ଡ ଲାଇନ  ସଦସ୍ୟ ଏ ବିଷୟରେ ଅବଗତ ନ ଥିବା କହିଛନ୍ତି । ସଦସ୍ୟ ରାମଚନ୍ଦ୍ର ବେହେରାଙ୍କୁ ବିପ୍ର ସାହୁ ଫୋନଯୋଗେ ଏ ସମ୍ପର୍କରେ କହିଥିଲେ  । ମାତ୍ର ପୁରୀ ଚାଇଲ୍ଡ ଲାଇନରୁ କୌଣସି ଔପଚାରିକତା ଭାବେ ସୂଚନା ଆସ ନ ଥିବା ଶ୍ରୀ ବେହେରା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking