28.1 C
Bhubaneswar
Thursday, March 28, 2024
Homeଓଡିଶାଟ୍ରେନ୍ ଧକ୍କାରେ ନାବାଳକ ମୃତ

ଟ୍ରେନ୍ ଧକ୍କାରେ ନାବାଳକ ମୃତ

ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକସ୍ଥିତ ରେଳ ସେକ୍ସନ୍ଠାରୁ ମାତ୍ର ଦେଢ଼କିମି ଦୂର ବଡ଼ଝୋଲା ନିକଟରେ ଟ୍ରେନ୍ ଦୁର୍ଘଟଣାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳକ ଜଣକ ହେଲେ ଆକାଶ କଣ୍ଡାଗିରି(୧୫) ।
ସୂଚନାନୁଯାୟୀ ଆଜି ମଧ୍ୟାହ୍ନ ୨ଟା ପରେ ଆକାଶ ସାଙ୍ଗ କୁବେର ସହ ବଡ଼ଝୋଲାକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇ ଫେରିବାବେଳେ ରେଳଟ୍ରାକ୍ ଉପରେ ଦୁହେଁ ଫେରୁଥିଲେ । ଆକାଶ ୧ନଂ ଉପର ଲାଇନ୍ ଉପରେ ଚାଲିବା ସହ କାନରେ ଇୟରଫୋନ୍ ଲଗାଇ ଆସୁଥିଲେ । ତଳ ଲାଇନରେ କୁବେର ଫେରୁଥିଲା, ପଛରୁ ଟ୍ରେନ ଆସିବା ଜାଣି ସେ ଚିଲେଇ ଚିଲେଇ ସାଙ୍ଗ ଆକାଶକୁ ସତର୍କ କରାଇଥିଲେ ହେଁ ଆକାଶ କିଛି ଶୁଣିପାରିନଥିଲା । ଫଳରେ ଟ୍ରେନ ଧକ୍କାରେ ଆକାଶର ମୁଣ୍ଡ ଓ ଗୋଡ଼ କଟିଯିବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପ୍ରକାଶଥାଉକି, ଆକାଶ କଣ୍ଡାଗିରିର ବାପା ମୁନିଗୁଡ଼ା ହସ୍ପିଟାଲରେ ପିଅନ ଭାବେ କାର୍ଯ୍ୟ କରୁଥିଲେ । ୪ମାସ ପୂର୍ବେ ତାଙ୍କର ବଦଳି ଜେମାଦେଇ ପେଣ୍ଠ ହସ୍ପିଟାଲକୁ ହୋଇଥିଲା । ଏଣୁ ଆକାଶ ମୁନିଗୁଡ଼ା ଖମଣ ସାହିସ୍ଥ ସାଙ୍ଗ କୁବେର ଭୋଇଙ୍କ ଘରେ ରହି ୧୦ମ ଶ୍ରେଣୀରେ ମୁନିଗୁଡ଼ା ହାଇସ୍କୁଲରେ ପଢ଼ୁଥିଲେ । ଖବର ଲେଖାହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ରେଲୱେ ପୁଲିସ ପହଞ୍ôଚନଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking